ୟୁକ୍ରେନ ଜନସାଧାରଣଙ୍କ ଲାଗି ସହାୟତା ୱେବସାଇଟ ଲଞ୍ଚ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଘୋମାଘୋଟ ଲଢେଇ ଥମିବାର ନା ନେଉନାହିଁ । ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଆଜି ୨୮ ଦିନରେ ପହଞ୍ôଚଛି । ଅନ୍ୟପକ୍ଷରେ ରୁଷ ସୈନିକଙ୍କ ମିସାଇଲ ଆକ୍ରମଣରେ ୟୁକ୍ରେନର ଅନେକ ବଡ ବଡ ସହର ମଧ୍ୟ କ୍ଷତିଗ୍ରସ୍ତ ହେଲାଣି । ଅନ୍ୟପକ୍ଷରେ ୟୁକ୍ରେନ ଉପରେ ଆକ୍ରମଣ କରିବାରୁ ରୁଷ ଉପରେ ଆମେରିକା ସମେତ ଅନେକ ରାଷ୍ଟ୍ର ମଧ୍ୟ ପ୍ରତିବନ୍ଧକ ଲଗାଇବା ସତ୍ତେ୍ୱ ମସ୍କୋ ଉପରେ କୌଣସି ପ୍ରକାର ଫରକ ପଡୁନି ।

ଅନ୍ୟପକ୍ଷରେ ଏହି ଉଭୟଙ୍କ ଯୁଦ୍ଧ ମଧ୍ୟରେ ୟୁକ୍ରେନ ଛାଡି ଲକ୍ଷ ଲକ୍ଷ ଜନସାଧାରଣ ପଡୋଶୀ ରାଜ୍ୟକୁ ପଳାଉଛନ୍ତି । ଏଭଳି ସ୍ଥିତିରେ ଲୋକଙ୍କୁ ସାହଯ୍ୟ କରିବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ଏକ ମାନବୀୟ ସହାୟତା ୱେବସାଇଟ ଲଞ୍ଚ କରିଛନ୍ତି । ଏହି ୱେବସାଇଟର ମୂଳ ଲକ୍ଷ୍ୟ ହେଲା କାହାକୁ ଏବଂ କିପରି ସହାୟତା କରାଯିବ ତାହା ଜଣାପଡିବ । ଏହି ପୋର୍ଟାଲ ବିଦେଶୀ ଓ ୟୁକ୍ରେନ ମାନବୀୟ ସହାୟତା କେନ୍ଦ୍ର ମାଧ୍ୟମରେ ସମ୍ପର୍କ ସ୍ଥାପନ କରିବାରେ ମଧ୍ୟ ସାହଯ୍ୟ କରିବ ବୋଲି ଜଣାପଡିଛି ।