ଅମରାବତୀ: ମଙ୍ଗଳବାର ଦିନ ତେଲେଙ୍ଗାନା ହାଇକୋର୍ଟରେ ଏକ ମାମଲାର ବିଚାର ଚାଲିଥିବା ବେଳେ ଜନୈକ ବରିଷ୍ଠ ଆଇନଜୀବୀ ହୃଦଘାତର ଶିକାର ହୋଇ ଆଖି ବୁଜିଛନ୍ତି । ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।
ସୂଚନା ମୁତାବକ ଜଷ୍ଟିସ୍ ଲକ୍ଷ୍ମୀ ନାରାୟଣ ଅଲିସେଟ୍ଟୀଙ୍କ ଇଜଲାସରେ ବାଦୀ ଓ ପ୍ରତିବାଦୀଙ୍କ କଥା କଟାକଟିରେ ବ୍ୟସ୍ତ ଥିଲାବେଳେ ବରିଷ୍ଠ ଓକିଲ ପାସନୁରୁ ଭେନୁଗୋପାଲ ରାଓ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।
ତାଙ୍କୁ ସାଙ୍ଗେ ସାଙ୍ଗେ ଉସମାନିଆ ଡାକ୍ତରଖାନାକୁ ନିଆ ଯାଇଥିଲା । ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।
ଡାକ୍ତରଙ୍କ ମତରେ ଭାରତରେ ଏଭଳି ହୃଦଘାତ ପ୍ରାୟ ୪୫ ପ୍ରତିଶତ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ତା’ ମାନେ ନୁହେଁ ଯେ ପୂର୍ବରୁ ସୂଚନା ନଦେଇ ହୃଦଘାତ ହଠାତ୍ ମାଡ଼ିବସିଲା ।
ଏଭଳି ହୃଦଘାତ ହେବାର ବର୍ଷକ ପୂର୍ବରୁ ଲକ୍ଷଣ ପ୍ରକାଶ ପାଇଥିବ, ତେବେ ପୀଡ଼ିତ ସେଭଳି ଲକ୍ଷଣକୁ ମାମୁଲି ଧରି ନେଇଥିବେ ।