ଆଇସିସି ପୁରୁଷ କ୍ରିକେଟ କମିଟିରେ ଲକ୍ଷ୍ମଣ

ଏଠାରେ ଶେଷ ହୋଇଥିବା ଆଇସିସି ବାର୍ଷିକ ସମ୍ମିଳନୀରେ ଏକାଧିକ..

ନୂଆଦିଲ୍ଲୀ: ଏଠାରେ ଶେଷ ହୋଇଥିବା ଆଇସିସି ବାର୍ଷିକ ସମ୍ମିଳନୀରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗୋଟିଏ ନିଷ୍ପତ୍ତିକ୍ରମେ ସଂପ୍ରତି ଭାରତରେ ଜାତୀୟ କ୍ରିକେଟ୍‌ ଏକାଡେମିର ମୁଖ୍ୟ ପଦ ସମ୍ଭାଳୁଥିବା ଏବଂ ଗତ ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିବା ପୂର୍ବତନ ଭାରତୀୟ ତାରକା ଭିଭିଏସ୍‌ ଲକ୍ଷ୍ମଣଙ୍କୁ ଆଇସିସି ପୁରୁଷ କ୍ରିକେଟ କମିଟିରେ ନିଯୁକ୍ତ କରାଯାଇଛ । ପୂର୍ବତନ ନ୍ୟୁଜିଲାଣ୍ଡ୍‌ ଅଧିନାୟକ ଡାନିଏଲ ଭିଟୋରିଙ୍କ ସହ ଲକ୍ଷ୍ମଣ ଏହି କମିଟିରେ ସକ୍ରିୟ ଖେଳାଳିଙ୍କ ପ୍ରତିନିଧତ୍ୱ କରିବେ ବୋଲି ଆଇସିସି ସ୍ପଷ୍ଟ କରିଛି । ସେହିପରି ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେଙ୍କ ସହ ୱେଷ୍ଟଇଣ୍ଡିଜର ରୋଜର ହାର୍ପର ପୂର୍ବତନ ଖେଳାଳିଙ୍କ ପ୍ରତିନିଧି ଭାବେ ଆଇସିସି କମିଟିରେ ନିଯୁକ୍ତ ହୋଇଛନ୍ତି ।