ବ୍ରିଟିଶ ପ୍ରଧାନମନ୍ତ୍ରୀ ରେସରେ ଆଗରେ ଅଛନ୍ତି ଲିଜ ଟ୍ରଷ୍ଟ
ଇଂଲଣ୍ଡର ବେଟିଂ ଏକ୍ସଚେଞ୍ଜ ସଂସ୍ଥା ସ୍ପାକେଟସର ପୂବର୍ନୁମାନ ଅନୁସାରେ ହାୱା ଲିଜଙ୍କ ସପକ୍ଷରେ ବୋହିବା ଆରମ୍ଭ କରିଛି….
ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ଭାରତ ବଂଶୋଦ୍ଭବ ରୁଷି ସୋନକ ଓ ଲିଜ ଟ୍ରଷ୍ଟଙ୍କ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ଉଭୟ ପ୍ରାର୍ଥୀ ବିଭିନ୍ନ ଅଞ୍ଚଳ ବୁଲି ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରୁଛନ୍ତି । କଞ୍ଜରବେଟିଭ ଦଳର ସଦସ୍ୟଙ୍କ ସମର୍ଥନ ଯୋଗାଡ଼ କରିବାରେ ସେମାନେ ଏବେ ବ୍ୟସ୍ତ ଅଛନ୍ତି । ରୂଷି ସୋନକ ଭାରତୀୟ ବଂଶୋଦଭବ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଭାରତୀୟ ମାନେ ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ହାୱା କାହା ସପକ୍ଷରେ ରହିବ ତାହା ସମୟ କହିବ । ଇଂଲଣ୍ଡର ବେଟିଂ ଏକ୍ସଚେଞ୍ଜ ସଂସ୍ଥା ସ୍ପାକେଟସର ପୂବର୍ନୁମାନ ଅନୁସାରେ ହାୱା ଲିଜଙ୍କ ସପକ୍ଷରେ ବୋହିବା ଆରମ୍ଭ କରିଛି । ସେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ପ୍ରାୟ ୯୦% ଥିବାବେଳେ ରୁଷିଙ୍କ ସମ୍ଭାବନା ମାତ୍ର ୧୦% ଗତ ସପ୍ତାହରେ ଯେତେବେଳ ଚୂଡ଼ାନ୍ତ ପ୍ରତିଯୋଗିତା ଲିଜ ଓ ରୁଷିଙ୍କ ମଧ୍ୟରେ ରହିଯାଇଥିଲା । କିନ୍ତୁ ଏବେ ଏହି ଦୌଡ଼ରେ ରୁଷି ପଛରେ ପଡ଼ିଯାଇଛନ୍ତି ।