ନାରାୟଣଙ୍କ ହାଲ ତାଙ୍କ ଉପରେ ଛାଡ଼ିଦିଅ: ସୁପ୍ରିମକୋର୍ଟ

ନାରାୟଣଙ୍କ ହାଲ ତାଙ୍କ ଉପରେ ଛାଡ଼ିଦିଅ, ନାରାୟଣଙ୍କ ଦୁର୍ଦ୍ଦଶା ଦୂର କରିବା କାମ ପ୍ରାଚୀନ କଳାକୃତି ଉଦ୍ଧାର ଓ ସଂରକ୍ଷଣ ବିଭାଗର ।

ଆପଣ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏ ଏସ୍ ଆଇ) ଦୃଷ୍ଟି ଆକର୍ଷଣ କରନ୍ତୁ । କୋର୍ଟଙ୍କ ମୂଲ୍ୟବାନ ସମୟ ନଷ୍ଟ କରନ୍ତୁନି ।’

ଭାରତର ପ୍ରଧାନ ବିଚାରପତି ବିଆର୍ ଗାଭାଇ ଓ ଜଷ୍ଟିସ୍ ଅଗଷ୍ଟାଇନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ  ମଧ୍ୟ ପ୍ରଦେଶର ଖଜୁରାହୋ ମନ୍ଦିର ସଂପର୍କୀତ ଏକ ପିଟିସନର ବିଚାର କରି ଏପରି ମନ୍ତବ୍ୟ ପ୍ରଦାନ କରିବା ପରେ ମାମଲାଟିକୁ ଖାରଜ କରିଛନ୍ତି ।

ମାମଲାଟି ଏପରି, ମଧ୍ୟପ୍ରଦେଶର ବହୁ ପ୍ରାଚୀନ ମନ୍ଦିର ଖଜୁରାହୋରେ ଏକ ୭ ଫୁଟ ଉଚ୍ଚତା ବିଶିଷ୍ଟ ନାରାୟଣଙ୍କ ପ୍ରତିମାଟି ମୁଣ୍ଡ ବିହୀନ ହୋଇଯାଇଛି ।

ପ୍ରତିମାଟିରେ ବିଷ୍ଣୁଙ୍କ ମୁଣ୍ଡଟିଏ ଲଗାଇବାର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଆଦେଶ ଦେବାକୁ ପିଟିସନଟିରେ ପ୍ରାର୍ଥନା କରିଥିଲେ ଆବେଦନକାରୀ ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆବେଦନକାରୀଙ୍କୁ କହିଲେ, ଆପଣ ନିଜକୁ ମହାବିଷ୍ଣୁଙ୍କ ଭକ୍ତ ବୋଲି ଦାବି କରୁଛନ୍ତି । ଯାଆନ୍ତୁ, ତାଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ।

ପ୍ରାଚୀନ କଳାକୃତିକୁ ଉଦ୍ଧାର କରିବା ଓ ସଂରକ୍ଷଣ କରିବା କାମ ଏ ଏସ୍ ଆଇ ବିଚାରାଧୀନ ବିଷୟ । ଉକ୍ତ ବିଭାଗ ଯଦି ଆପଣଙ୍କ ପ୍ରାର୍ଥନା ଶୁଣୁନାହାନ୍ତି । ତେବେ ଭଗବାନଙ୍କ ହାଲତ ଭଗବାନଙ୍କ ଉପରେ ଛାଡ଼ି ଦିଆଯାଉ ।