ଚେନ୍ନାଇ : ତାମିଲନାଡୁ ଏମ.କେ. ଷ୍ଟାଲିନ୍ ସରକାର ରାଜ୍ୟରେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍କୁ ଜୁନ୍ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ଏହି ସମୟରେ କିଛି କୋହଳ କରାଯାଇଛି । କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା ପ୍ରତିବନ୍ଧକଗୁଡିକୁ କିଛି କୋହଳ କରିବାକୁ ଘୋଷଣା କରିଛନ୍ତି । ଜୁନ୍ ୧୪ରୁ ଚେନ୍ନାଇ ସମେତ ୨୭ଟି ଜିଲ୍ଲାରେ ସେଲୁନ୍, ବିୟୁଟି ପାର୍ଲର ଏବଂ ସ୍ପା ସକାଳ ୬ଟାରୁ ୫ଟା ପର୍ଯ୍ୟନ୍ତ ଚାଲିପାରିବ ଓ ଏକ ସମୟରେ ୫୦ ପ୍ରତିଶତ ଗ୍ରାହକଙ୍କୁ ଅନୁମତି ଦିଆଯିବ । ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିବା ସହ ଲୋକଙ୍କୁ କୋଭିଡ୍-୧୯ ସମ୍ବନ୍ଧୀୟ ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି । କୋଏମ୍ବାଟୁର, ନୀଳଗିରି, ତିରୁପୁର, ଏରୋଡ, ସାଲେମ କର ପାଇଁ ଏହି କୋହଳ ପ୍ରଯୁଜ୍ୟ ନୁହେଁ ।