ନେଦରଲାଣ୍ଡକୁ ଫେରିଲା ଲକଡାଉନ: ସ୍କୁଲ, କଲେଜ ଓ ରେଷ୍ଟୁରାଣ୍ଟରେ ତାଲା

ନେଦରଲାଣ୍ଡ : ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ନୂଆ ଭାରିଆଣ୍ଟ ଓମକ୍ରିନ ପାଇଁ ସାରା ଦେଶରେ ଏବେ ଚିନ୍ତା ବଢାଇଛି । ଏହି ସମୟରେ ନେଦରଲାଣ୍ଡ ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଲାଗୁ ହୋଇଥିବା ଏହି ଲକଡାଉନ୍‌ ଓମିକ୍ରନ୍‌ ଲହର ରୋକିବାକୁ ସକ୍ଷମ ହେବ

। ପ୍ରଧାନମନ୍ତ୍ରୀ ମାର୍କ ରୁଟ୍‌ କହିଛନ୍ତି ଯେ ନେଦରଲ୍ୟାଣ୍ଡରେ ସ୍କୁଲ, ବିଶ୍ୱବିଦ୍ୟାଳୟ ଓ ସମସ୍ତ ଅତ୍ୟାବଶ୍ୟକ ଷ୍ଟୋର, ବାର୍‌ ଏବଂ ରେଷ୍ଟୁରାଣ୍ଟ ଆସନ୍ତା ଜାନୁଆରୀ ୧୪ ଯାଏଁ ବନ୍ଦ ରହିବ । ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ପାଇଁ ଚାରିଜଣ ଅତିଥିଙ୍କୁ ଅନୁମତି ଦିଆଯିବ । ଅନ୍ୟ ଦିନରେ କେବଳ ଦୁଇଜଣଙ୍କୁ ଅନୁମତି ଦିଆଯିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓମିକ୍ରନ୍‌ କରୋନାର ପଞ୍ଚମ ଲହର ପାଇଁ ଏହା ଲାଗୁ କରାଯାଇଛି ।