ବୃଦ୍ଧି ପାଇବ ଲୋକସଭା ଆସନ: ଜାଣନ୍ତୁ, ପ୍ରତି ରାଜ୍ୟର ଲୋକସଭା ଆସନ ସଂଖ୍ୟା

ଭୁବନେଶ୍ୱର: ୨୦୨୬ ମସିହାରେ ଲୋକସଭା ନିର୍ବାଚନ କ୍ଷେତ୍ର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଭାରତର ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ଆଗାମୀ ଦିନରେ ଦେଶର ଲୋକସଭା ଆସନ ସଂଖ୍ୟା ୮୪୬ ହେବ । ଏବେ ଲୋକସଭା ଆସନ ସଂଖ୍ୟା ୫୪୩ ଅଛି । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସଂସଦର ନିମ୍ନ ସଦନ (ଲୋକସଭା) ଆସନ ସଂଖ୍ୟା ବୃଦ୍ଧି ଅବା ହ୍ରାସ କରିଥାନ୍ତି । ଏକ ଉଚ୍ଚକ୍ଷମତା ସଂପନ୍ନ କମିଟି ପ୍ରସ୍ତାବିତ ସୁପାରିଶ ଅନୁସାରେ ୟୁପିର ଲୋକସଭା ଆସନ ସଂଖ୍ୟା ୮୦ରୁ ବୃଦ୍ଧି ପାଇ ହେବ ୧୪୩ ।

ବିହାରର ଲୋକସଭା ଆସନ ସଂଖ୍ୟା ଏବେ ୪୦, ଯାହା କ୍ରମେ ୭୯ କରାଯିବ । ମହାରାଷ୍ଟ୍ରର ଲୋକସଭା ଆସନ ସଂଖ୍ୟା ୪୮ରୁ ବୃଦ୍ଧି ପାଇ ୭୬କୁ ଛୁଇଁବ । ପଶ୍ଚିିମବଙ୍ଗର ଲୋକସଭା ଆସନ ସଂଖ୍ୟା ୪୨ରୁ ବୃଦ୍ଧି ପାଇ ୬୦ ହେବ । ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଲୋକସଭା ସଂଖ୍ୟା ୪୨ରୁ ବୃଦ୍ଧି ପାଇ ୫୪ କରାଯିବ । ମଧ୍ୟ ପ୍ରଦେଶର ଲୋକସଭା ଆସନ ସଂଖ୍ୟା ୨୯ରୁ ୫୨କୁ ବୃଦ୍ଧି ପାଇବ । ରାଜସ୍ଥାନର ଲୋକସଭା ଆସନ ସଂଖ୍ୟା ୨୫ରୁ ବୃଦ୍ଧି ପାଇ ୫୦କୁ ଛୁଇଁବ । ତାମିଲନାଡୁର ଲୋକସଭା ଆସନ ସଂଖ୍ୟା ୩୯ରୁ ୪୯କୁ ବୃଦ୍ଧି ପାଇବ ।

ଗୁଜରାଟ ଲୋକସଭା ଆସନ ସଂଖ୍ୟା ୨୬ରୁ ୪୩, କର୍ଣ୍ଣାଟକ ଲୋକସଭା ଆସନ ସଂଖ୍ୟା ୨୮ରୁ ୪୧, ଓଡ଼ିଶା ଲୋକସଭା ଆସନ ସଂଖ୍ୟା ୨୧ରୁ ୨୮, ଛତିଶଗଡ଼ ଲୋକସଭା ଆସନ ସଂଖ୍ୟା ୧୧ରୁ ୧୯, ଝାଡ଼ଖଣ୍ଡ ଲୋକସଭା ଆସନ ସଂଖ୍ୟା ୧୪ରୁ ୨୪, ଆସାମ ଲୋକସଭା ଆସନ ସଂଖ୍ୟା ୧୪ରୁ ୨୧, କେରଳ ଲୋକସଭା ଆସନ ସଂଖ୍ୟା ପୂର୍ବଭଳି ୨୦, ପଞ୍ଜାବ ଲୋକସଭା ଆସନ ସଂଖ୍ୟା ୧୩ରୁ ୧୮କୁ ବୃଦ୍ଧି କରାଯିବ ।

ହରିଆଣାର ଲୋକସଭା ଆସନ ସଂଖ୍ୟାକୁ ୧୦ରୁ ୧୮, ଦିଲ୍ଲୀର ଲୋକସଭା ଆସନ ସଂଖ୍ୟା ୭ରୁ ୧୨, ଜମ୍ମୁ-କଶ୍ମୀର ଲୋକସଭା ଆସନ ସଂଖ୍ୟା ୬ରୁ ୯, ଉତରାଖଣ୍ଡ ଲୋକସଭା ଆସନ ସଂଖ୍ୟା ୫ରୁ ୭କୁ ବୃଦ୍ଧି ପାଉଥିବା ବେଳେ ହିମାଚଳ ପ୍ରଦେଶ ଲୋକସଭା ଆସନ ସଂଖ୍ୟା ପୂର୍ବଭଳି ୪, ଗୋଆର ଲୋକସଭା ଆସନ ସଂଖ୍ୟା ପୂର୍ବଭଳି ୨, ତ୍ରିପୁରାର ଲୋକସଭା ଆସନ ସଂଖ୍ୟା ପୂର୍ବଭଳି ୨, ମଣିପୁରର ଲୋକସଭା ଆସନ ସଂଖ୍ୟା ପୂର୍ବଭଳି ୨ ଭିତରେ ସୀମିତ ରହିବ ।ମେଘାଳୟ ଲୋକସଭା ଆସନ ସଂଖ୍ୟା ପୂର୍ବଭଳି ୨, ଅରୁଣାଚଳ ପ୍ରଦେଶ ଲୋକସଭା ଆସନ ସଂଖ୍ୟା ପୂର୍ବଭଳି ୨ ରଖାଯିବ ।

ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ଚଣ୍ଡିଗଡ଼, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ପୁଡୁଚେରୀ ଓ ଦାଦ୍ରା ନଗର ହାବେଳିର ଲୋକସଭା ଆସନ ପୂର୍ବଭଳି ୧ ରହିବ । ଲୋକସଭା ଆସନ ସଂଖ୍ୟା ୮୪୬କୁ ବୃଦ୍ଧି ପାଇବା ପରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୪୨୪ ହେବ । ମୋଟ ଉପରେ ଦେଖିବାକୁ ଗଲେ, ଉତର ଭାରତ ରାଜ୍ୟ ୟୁପି, ବିହାର, ଝାଡ଼ଖଣ୍ଡ, ରାଜସ୍ଥାନ, ଦିଲ୍ଲୀ, ମଧ୍ୟ ପ୍ରଦେଶ ଓ ହରିଆଣାର ଲୋକସଭା ଆସନ ସଂଖ୍ୟା ୩୭୮ ରହିବ । ମହାରାଷ୍ଟ୍ର ଓ ଓଡ଼ିଶା ଭଳି ରାଜ୍ୟର ଲୋକସଭା ଆସନକୁ ମିଶାଇଲେ ମୋଟ ଆସନ ସଂଖ୍ୟା ୪୮୨ ହେବ । ଆନ୍ଧ୍ର, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ, ପୁଡୁଚେରୀ ଓ ତାମିଲନାଡୁ ଭଳି ଦକ୍ଷିଣ ଭାରତର ଲୋକସଭା ଆସନ ସଂଖ୍ୟା ୧୬୫କୁ ବୃଦ୍ଧି ପାଇବ ।