ନୂଆଦିଲ୍ଲୀ: ଚତୁର୍ଦ୍ଦଶ ଲୋକସଭାର ଚତୁର୍ଥ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। କରୋନା ସତର୍କତା ଦୃଷ୍ଟିରୁ କେଉଁ ସମୟରେ ଅଧିବେଶନ ବସିବ ଏନେଇ ସୂଚନା ଦେଇଛନ୍ତି ଲୋକସଭା ସଚିବାଳୟ।
ଅଧିବେଶନର ପ୍ରଥମ ଦିନ ଅର୍ଥାତ୍ ୧୪ ତାରିଖରେ ବୈଠକ ସକାଳ ୯ ରୁ ଆରମ୍ଭ ହୋଇ ମଧ୍ୟାନ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ହେଲେ ଅନ୍ୟଦିନ ମାନଙ୍କରେ ଅର୍ଥାତ୍ ୧୫ ସେପ୍ଟେମ୍ବରରୁ ୧ ଅକ୍ଟୋବର ମଧ୍ୟରେ ବୈଠକ ସମୟ ବଦଳିଯିବ। ଅରରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ସେ ସମୟରେ ଅଧିବେଶନ ଚାଲିବ।
ସାମାଜିକ ଦୂରତା ରଖି ୫୪୩ ସଦସ୍ୟଙ୍କୁ ଲୋକସଭା କକ୍ଷରେ ଏକତ୍ର ବସାଇବା ସମ୍ଭବପର ନୁହେଁ। ଏଣୁ ଲୋକସଭା କକ୍ଷ, ରାଜ୍ୟସଭା କକ୍ଷ ଏବଂ ସେଣ୍ଟ୍ରାଲ୍ ହଲରେ ଭାଗ ଭାଗ କରି ସମସ୍ତଙ୍କୁ ବସାଯିବ। ସମସ୍ତ ସଦସ୍ୟଙ୍କୁ ଅଧ୍ୟକ୍ଷ ଏବଂ ଅନ୍ୟମାନଙ୍କ ସହ ଯୋଗାଯୋଗ ଲାଗି ଭର୍ଚୁଆଲ୍ ବ୍ୟବସ୍ଥା କରାଯିବ।