କେଦାରନାଥଙ୍କ ଦର୍ଶନ ପାଇଁ ଲମ୍ବା ଲାଇନ୍‌

ବାବା କେଦାରନାଥଙ୍କ ଦର୍ଶନ ପାଇଁ ମାତ୍ର ୧୫ ଦିନରେ ଅଢେଇ ଲକ୍ଷରୁ ଅଧିକ ଭକ୍ତ…

ଡେରାଡୁନ : ବାବା କେଦାରନାଥଙ୍କ ଦର୍ଶନ ପାଇଁ ମାତ୍ର ୧୫ ଦିନରେ ଅଢେଇ ଲକ୍ଷରୁ ଅଧିକ ଭକ୍ତ ଦର୍ଶନ କରିଥିବା ଜଣାପଡିଛି । ବାବାଙ୍କ ଦର୍ଶନ ଲାଗି ଦୈନିକ ମନ୍ଦିରରେ ଭକ୍ତଙ୍କ ଧାଡି ରହୁଛି । ଅନ୍ୟପକ୍ଷରେ ଚଳିତବର୍ଷ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥଳ ମଧ୍ୟ ଦର୍ଶନ ହେଉଛି । ସୂଚନାଯୋଗ୍ୟ ଯେ, କୋରାନା ପାଇଁ ଗତ ଦୁଇବର୍ଷ ହେଲା କେଦାରନାଥ ଧାମ ଯାତ୍ରା ବନ୍ଦ ଥିଲା । କିନ୍ତୁ ଏବେ କେଦାରନାଥ ଧାମ ସାରା ଭକ୍ତ ଖେଳାଇ ହୋଇ ଯାଇଛନ୍ତି । ଧାମରେ ଏବେ ଦିନକୁ ଦିନ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଲୋକେ କଠିନ ରାସ୍ତାରେ ଯାତ୍ରା କରି ବାବାଙ୍କ ଧାମରେ ପହଞ୍ଚୁଛନ୍ତି । ଦର୍ଶନ ଲାଗି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମନ୍ଦିର ସାମ୍ନାରେ ଧାଡି ଲାଗୁଛି । ଏଥିରେ ଦୈନିକ ୧୫ ହଜାରରୁ ଅଧିକ ଭକ୍ତ ବାବାଙ୍କ ଦର୍ଶନ କରୁଛନ୍ତି ।