ପୁଣି ବଢ଼ିଲା ଏଲପିଜି ଗ୍ୟାସ ଦର

ପୁଣି ବଢ଼ିଲା କମର୍ସିଆଲ ଏଲପିଜି ଦର। ୧୯ କେଜି ସିଲିଣ୍ଡର ୨୦୯ ଟଙ୍କା ମହଙ୍ଗା ହୋଇଛି। ଆଜିଠାରୁ ନୂଆ ଦର ଲାଗୁ ହୋଇଛି । ନୂଆ ଦର ଲାଗୁ ହେବା ପରେ ଭୁବନେଶ୍ବରରେ କମର୍ସିଆଲ ଏଲପିଜି ଦର ୧୬ ଶହ ୭୪ ଟଙ୍କାରେ ପହଞ୍ଚିଛି ।