ଯୋଗୀଙ୍କୁ ପ୍ରଶଂସା କଲେ ମାଫିଆଙ୍କ ପତ୍ନୀ

ପୁଲିସ ବିରୋଧରେ କଲେ ଅଭିଯୋଗ…..

ଲକ୍ଷେ୍ନø: ‘ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଣେ ଭଲ ଶାସକ । ସାଧାରଣ ଲୋକଙ୍କ ପାଇଁ ବହୁତ ପରିଶ୍ରମ କରୁଛନ୍ତି । ସେ ଯେଉଁ କାମରେ ହାତ ଦିଅନ୍ତି; ନସାରିବା ଯାଏ ବସନ୍ତି ନାହିଁ । ଯୋଗୀଙ୍କ ଭଳି ସଚ୍ଚୋଟ ଓ ସାଧୁ ଚରିତ୍ରର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପାଇ ୟୁପି ମାଟି ଧନ୍ୟ ହୋଇଯାଇଛି ।’ ଏଭଳି ପ୍ରଶସ୍ତି ଗାନ କରିଛନ୍ତି ମାଫିଆ ଆତିକ୍‌ ଅହମ୍ମଦଙ୍କ ପତ୍ନୀ ଶାଇସ୍ତା ପରବିନ୍‌ । ନିକଟ ଅତୀତରେ ମାଫିଆ ଆତିକ ଯୋଗୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲା ।

ଆତିକଙ୍କ ପତ୍ନୀ ଯୋଗୀଙ୍କର ପ୍ରଶସ୍ତି ଗାଇବା ପରେ ଝିଅର ଜୀବନ ବଂଚାଇବାକୁ ଅନୁରୋଧ କରିଛନ୍ତି । ତା’ ସହିତ ସେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ୟୁପି ପୁଲିସ ଅଧିକାରୀମାନେ ଅପରାଧୀଙ୍କୁ ଥାନାକୁ ଡାକି କଫି ପିଆନ୍ତି । ତାଙ୍କ ପୁଅ ଅଲୀକୁ ମିଛଟାରେ ଗ୍ୟାଙ୍ଗଷ୍ଟର ଘୋଷଣା କରି ପୁଲିସ ନାନା ହଇରାଣ କରୁଛି । ବିଗତ ବର୍ଷେ ହେବ ପୁଲିସ ପକ୍ଷରୁ ନାନା ଧମକ ଦିଆଯାଉଛି ।

ଏ ତ ଗଲା ଆତିକଙ୍କ ପତ୍ନୀ ଶାଇସ୍ତାଙ୍କ କଥା । ରାଜୁ ପାଲ ହତ୍ୟାକାଣ୍ଡରେ ଆତିକ ସାମିଲ ଥିବାର ଦର୍ଶାଇ ପୁଲିସ ତାକୁ କୋର୍ଟରେ ହାଜର କରିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଆତିକକୁ ନାନା ପ୍ରଶ୍ନ ପଚାରିଥିଲେ । ସେତେବେଳେ ଆତିକ ଯୋଗୀ ଆଦିତ୍ୟନାଥଙ୍କ ଗୁଣଗାନ କରି କହିଥିଲା, ‘ଆଦିତ୍ୟନାଥ ଜଣେ ପରିଶ୍ରମୀ ଓ ସଚ୍ଚୋଟ ମଣିଷ ।’