ମହାରାଷ୍ଟ୍ର ବିଜେପି ବିଧାୟକଙ୍କ ସଂପର୍କୀୟଙ୍କୁ ଛାଡ଼ିଲାନି ବନ ବିଭାଗ, ବେଆଇନ ଘରକୁ ଭାଙ୍ଗିଲା

ମୁମ୍ବାଇ: ମହାରାଷ୍ଟ୍ରର ବିଜେପି ସରକାର ତା’ର ସାଧୁପଣିଆ ଦେଖାଇଛି । ଜଣେ ବିଜେପି ବିଧାୟକଙ୍କ ସଂପର୍କୀଙ୍କ କଳା କାରନାମାକୁ ମାଟିରେ ମିଶାଇ ସଚ୍ଚୋଟ ପଣିଆ ପ୍ରମାଣ କରିଛି ।

ଘଟଣାରୁ ପ୍ରକାଶ, ଗୁରୁବାର ଦିନ ବନ ବିଭାଗର କର୍ମଚାରୀମାନେ ବିଜେପି ବିଧାୟକ ସୁରେଶ ଧାସଙ୍କ ଘନିଷ୍ଠ ତଥା ଜଣାଶୁଣା ପେଶାଦାର ଅପରାଧୀ ସତୀଶ ଭୋସଲେ ଓରଫ ଖୁକ୍ୟାଙ୍କ ଜଙ୍ଗଲ ଜମିରେ ତିଆରି କରାଯାଇଥିବା ଘରଟିକୁ ଭାଙ୍ଗି ଦେଇଛନ୍ତି । ଅଭିଯୁକ୍ତ ଭୋସଲେଙ୍କ ବିରୋଧରେ ତିନୋଟି ଫୌଜଦାରୀ ମାମଲା ବିଚାରାଧୀନ ରହିଛି । ସେଥିଭିତରୁ ଗୋଟିଏ ହତ୍ୟା ଉଦ୍ୟମ ମାମଲା । ମହାରାଷ୍ଟ୍ରର ବୀଦ ଜିଲ୍ଲା ଅନ୍ତର୍ଗତ ଶ୍ରୀରୁର କସାର ଅଂଚଳରେ ବନ ବିଭାଗ ଅଧିନ ଜମିରେ ଭୋସଲେ ଏକ ବିଳାସପୂର୍ଣ୍ଣ କୋଠା ନିର୍ମାଣ କରିଥିଲେ ଯାହା ସଂପୂର୍ଣ୍ଣ ବେଆଇନ ଥିଲା ।