ମହାରାଷ୍ଟ୍ର ଟିକାକରଣରେ ପ୍ରଥମ ରାଜ୍ୟ

ମହାରାଷ୍ଟ୍ର: ଟିକାକରଣରେ ପ୍ରଥମ ରାଜ୍ୟରେ ପରିଣତ ହୋଇଛି ମହାରାଷ୍ଟ୍ର । ଏପର୍ଯ୍ୟନ୍ତ ୩ କୋଟି ଲୋକେ ମହାରାଷ୍ଟ୍ରରେ ଟିକା ନେଇଥିବା ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଡା.ପ୍ରଦୀପ ବ୍ୟାସ କହିଛନ୍ତି । ୩ କୋଟି ଲୋକଙ୍କ ଟିକାକରଣ ଲକ୍ଷ ଶୁକ୍ରବାର ମଧ୍ୟାହ୍ନ ୨ଟା ବେଳେ ପୁରଣ ହୋଇଥିବା ସେ କହିଛନ୍ତି । ଫଳରେ ଟିକାକରଣରେ ମହାରାଷ୍ଟ୍ର ଏବେ ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି । ବ୍ୟାପକ ଟିକାକରଣ ଯୋଗୁ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହ୍ରାସ ପାଇଛି ହେଲେ ସମ୍ପୂର୍ଣ୍ଣ ଥମିନାହିଁ ।