‘ଆଧୁନିକ ଯୋଗ’ର ଜନକ ମହର୍ଷି ପତଞ୍ଜଳି

ବେଦ ଉପନିଷଦରେ ‘ଯୋଗ’ ସଂପର୍କରେ ବର୍ଣ୍ଣନା କରାଯାଇଛି । ଅତୀତରେ ‘ଯୋଗ’ କେବଳ ମୁନିଋଷି ସାଧୁ ଯୋଗୀଙ୍କ ଭିତରେ ସୀମିତ ଥିଲା । ତେବେ ସେହି ‘ଯୋଗ’କୁ ଲୋକାଭିମୁଖୀ କରିଥିଲେ ମହର୍ଷି ପତଞ୍ଜଳି ।

୬୪ ପ୍ରକାର ଯୋଗାସନକୁ ଗୋଟିକ ପରେ ଗୋଟିକୁ ସଜାଇ ଥିଲେ ମହର୍ଷି ପତଞ୍ଜଳି । କୋଉ ଯୋଗ ପରେ କୋଉ ଯୋଗ କରାଯିବା ଉଚିତ । ତାହା ମହର୍ଷି ପତଞ୍ଜଳି ସରଳ ଭାବେ ବୁଝାଇ ଦେଇଛନ୍ତି ।

ନିୟମିତ ‘ଯୋଗ’ କରିବା ଫଳରେ ବହୁ ଜଟିଳ ରୋଗରୁ ମୁକ୍ତି ମିଳିଥାଏ; ଏ ପାଠ ମହର୍ଷି ପତଞ୍ଜଳି ଗ୍ରାମକୁ ଗ୍ରାମ ବୁଲି ଲୋକମାନଙ୍କୁ ବୁଝାଇଥିଲେ । ତେଣୁ ତାଙ୍କୁ ଆଧୁନିକ ଯୋଗବିଦ୍ୟାର ଜନକ ବୋଲି କୁହାଯାଏ । କିନ୍ତୁ ଭାରତର ଦକ୍ଷିଣାଂଚଳରେ ତିରୁମାଲାଇ କ୍ରିଷ୍ଣାମାଚାର୍ଯ୍ୟଙ୍କୁ ଆଧୁନିକ ଯୋଗ’ର ଜନକ ବୋଲି ମାନି ଆସୁଛନ୍ତି ।