ବଇଦଙ୍କଠାରୁ ଆଣ୍ଠୁ ଚିକିତ୍ସା କରାଉଛନ୍ତି ମାହି

ଉକ୍ତ ଏରିଆରେ ସେ ଖୁବ ପ୍ରତିଷ୍ଠିତ ଆୟୁର୍ବେଦିକ ବଇଦ ବୋଲି ତାଙ୍କର ନାଁ ରହିଛି…

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ରର ସିଂହ ଧୋନୀ କ୍ୟାପଟେନ କୁଲ ନାମରେ ପରିଚିତ ଥିଲେ । ଅବସର ନେବା ପରଠାରୁ ଧୋନୀ ଯେମିତି କୁଆଡେ଼ ଗାୟବ ହୋଇଯାଇଛନ୍ତି । ଏବେ ଶୁଣିବାକୁ ମିଳୁଛି ଯେ ଧୋନୀ ତାଙ୍କ ଆଣ୍ଠୁ ସମସ୍ୟାରେ ପୀଡ଼ିତ ଅଛନ୍ତି । ଆଉ ଏଥିପାଇଁ ସେ କୌଣସି ବଡ଼ ହସପିଟାଲରେ ଚିକିତ୍ସା କରାଉ ନାହାନ୍ତି ବରଂ ଗାଁ ବଇଦ ତାଙ୍କର ଚିକିତ୍ସା କରୁଛନ୍ତି । ଧୋନୀ ନିଜେ ବଇଦଙ୍କ ପାଖକୁ ଯାଇ ଆଣ୍ଠୁର ଚିକିତ୍ସା କରାଉଛନ୍ତି । ରାଞ୍ଚିରେ ଏହି ବଇଦ ଜଣଙ୍କ ଆୟୁର୍ବେଦ ଚିକିତ୍ସାର ଅଭ୍ୟାସ କରୁଛନ୍ତି । ଉକ୍ତ ଏରିଆରେ ସେ ଖୁବ ପ୍ରତିଷ୍ଠିତ ଆୟୁର୍ବେଦିକ ବଇଦ ବୋଲି ତାଙ୍କର ନାଁ ରହିଛି । ଏବଂ ଧୋନୀ ତାଙ୍କ ପାଖକୁ ଯାଇ ନିଜର ଚିକିତ୍ସା କରାଉଛନ୍ତି । ବଇଦ ବନ୍ଦନ ସିଂହ ରୋଗୀଙ୍କୁ ଜଡ଼ିବୁଟି ମିଶ୍ରିତ କ୍ଷୀର ଖାଇବାକୁ କହୁଛନ୍ତି ।

ତେବେ ଧୋନୀ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସିବା ସମୟରେ ସେ ଏକ ମଜାଦାର ଘଟଣା ଶେୟାର କରିଛନ୍ତି । ଧୋନୀ ଯେତେବେଳେ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିଲେ । ସେ ଚିହ୍ନିପାରି ନଥିଲେ । ପୂର୍ବରୁ ଧୋନୀଙ୍କ ବିଷୟରେ ଜାଣିଥିଲେ ବି ତାଙ୍କୁ ଚିହ୍ନିପାରି ନଥିଲେ । ସ୍ଥାନୀୟ ଲୋକ ଧୋନୀଙ୍କ ସହ ଫଟୋ ଉଠାଇବା ପରେ ସେ ଜାଣିବାକୁ ପାଇଥିଲେ ବୋଲି ବନ୍ଦନ ସିଂହ କହିଛନ୍ତି ।