ନୂଆ ଲୁକରେ ଟ୍ରୋଲ୍‌ ହେଲେ ମଲାଇକା

ମୁମ୍ବାଇ : ସବୁବେଳେ କିଛି କିଛି ଷ୍ଟାଇଲସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ମଲାଇକା ଅରୋରା । ବର୍ତ୍ତମାନ ପୁଣି ନୂଆ ଲୁକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏକ ସାକ୍ଷାତକାରରେ ସମୟରେ ସେ କହିଛନ୍ତି ଯେ ସେ ଭଲ ରୂପେ ଜାଣିଛନ୍ତି ଯେ ତାଙ୍କୁ କେଉଁ ଡ୍ରେସ ଭଲ ଲାଗିବ । ତେଣୁ ତାଙ୍କ ଡ୍ରେସକୁୁ ନେଇ ଟ୍ରୋଲ କରାଯିବା ଏହା ଭୁଲ । ସେ କହିଛନ୍ତି ଯେ ମହିଳାମାନଙ୍କ ସ୍କର୍ଟର ଲମ୍ବ ଏବଂ ନେକଲାଇନକୁ ନେଇ ଜଜ୍‌ କରାଯାଏ ।

ସେହିପରି ମୁଁ ଲୋକଙ୍କ ଅନୁସାରେ ବଞ୍ଚିବାକୁ ଚାହୁଁନି । ଡ୍ରେସିଂ ଷ୍ଟାଇଲ ଏକ ବ୍ୟକ୍ତିଗତ ପସନ୍ଦ । ସେହିପରି ସେ କହିଛନ୍ତି ଯେ, ଯାହା ମୋତେ ଭଲ ଲାଗିବ ମୁଁ ପିନ୍ଧିବି । ଏହା ମୋର ପସନ୍ଦ । ସମସ୍ତଙ୍କୁ ମଧ୍ୟ ନିଜ ପରିସର ମଧ୍ୟରେ ରହିବା ଉଚିତ୍‌ ବୋଲି ସେ କହିଛନ୍ତି ।