କାବୁଲ: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ପରବର୍ତ୍ତୀ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏହାପୂର୍ବରୁ ଗତ ସପ୍ତାହରେ ସରକାର ଘୋଷଣା ନେଇ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ କୌଣସି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା | ବୁଧବାର ଦିନ କିମ୍ବା ଆଗାମୀ ଦିନରେ ଏକ ନୂତନ ତାଲିବାନ ସରକାର ଗଠନ ହେବ ବୋଲି ବିଶ୍ୱାସ କରାଯାଉଛି। ତେବେ ପ୍ରଥମେ ଆଫଗାନିସ୍ତାନର ନୂତନ ମୁଖ୍ୟ ମୁଲ୍ଲା ବରାଦର ହୋଇପାରନ୍ତି ବୋଲି କୁହାଯାଉଥିବା ବେଳେ ଏବେ ମଲ୍ଲିକ ହସନ ଅଖଣ୍ଡଙ୍କୁ ପ୍ରଧାନମନ୍ତ୍ରୀର ଦାୟିତ୍ବ ମିଳିବ ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଲା ଜାତିସଂଘର ଆତଙ୍କବାଦୀ ତାଲିକାରେ ତାଙ୍କ ନା ରହିଛି।