ମହିଳା ଭୋଟରଙ୍କୁ ୫ ହଜାର ଟଙ୍କିଆ ଥୋପ ପକାଇଲେ ମମତା ବାନାର୍ଜୀ

ନିର୍ବାଚନରେ ଜିତିବା ପାଇଁ କ୍ଷମତାସୀନ ଦଳ ରାଜକୋଷକୁ ଦଳୀୟ ପାଣ୍ଠି ଭଳି ବ୍ୟବହାର କରିବା କ୍ରମେ ଭାରତର ଗଣତନ୍ତ୍ରକୁ ପଙ୍ଗୁ କରି ସାରିଲାଣି ।

ପ୍ରାୟ ସବୁ ଜାତୀୟ ଦଳ ଓ ଆଂଚଳିକ ଦଳ ଏଭଳି ପନ୍ଥା ଅନୁସରଣ କରୁଛନ୍ତି । ସେହି କ୍ରମରେ ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମ୍‌ସି) ୨୦୨୬ ବିଧାନସଭାକୁ ଦୃଷ୍ଟିରେ ରଖି ମହିଳା ଭୋଟରଙ୍କ ‘ଜାଗୋ’ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି ।

ଉକ୍ତ ଯୋଜନା ଜରିଆରେ ପ୍ରତି ମହିଳା ମାସକୁ ୫୦୦୦ ଟଙ୍କା  ପାଇବେ । ମହିଳାଙ୍କ ଜମାଖାତାକୁ ସିଧାସଳଖ ଟଙ୍କା ପଠାଯିବା ବଦଳରେ ସ୍ୱୟଂ ସହାୟକ ଗୋଷ୍ଠୀ ଆକାଉଂଟକୁ ଟଙ୍କା ପଠାଯିବାର ବ୍ୟବସ୍ଥା କରାଯାଇଛି ।

ମମତାଙ୍କ ଦଳ କ୍ଷମତାକୁ ଆସିବା ପରଠାରୁ ପଶ୍ଚିମବଙ୍ଗ ଜନତାଙ୍କ କଲ୍ୟାଣ ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି ।  ସେଗୁଡ଼ିକ ଭିତରୁ କନ୍ୟାଶ୍ରୀ ଓ ଲକ୍ଷ୍ମୀ ଭଣ୍ଡାର ଯୋଜନା ଅଧିକ ଲୋକପ୍ରିୟ ହୋଇପାରିଛି । ଲକ୍ଷ୍ମୀ ଭଣ୍ଡାର ଯୋଜନାରେ ଜଣେ ସାଧାରଣ ବର୍ଗର ମହିଳା ମାସକୁ ଏକ ହଜାର ଟଙ୍କା  ଅନୁଦାନ ପାଉଥିଲା ବେଳେ ଅନୁସୂଚୀତ ଜାତି ଓ ଜନଜାତିର ମହିଳା ମାସିକ ୧୨୦୦ ଟଙ୍କା ପାଉଛନ୍ତି ।