ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀରେ ଯୋଗଦେବେ ମମତା

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ୩୦ରେ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ୩୦ରେ ଦିଲ୍ଲୀ ଗସ୍ତ କରିବେ ବୋଲି ସୂଚନା ମିଳିଛି । ସେଠାରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିମାନଙ୍କ ସଂଯୁକ୍ତ ସମ୍ମିଳନୀରେ ଯୋଗଦେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ବିଚାରପତିମାନଙ୍କ ସମ୍ମିଳନୀରେ ତୁରନ୍ତ ନ୍ୟାୟ, ମକଦ୍ଦମାରେ ଡେରି ଓ ନ୍ୟାୟପାଳିକାରେ ବଢ଼ୁଥିବା ଖାଲିଥିବା ପଦବୀ କାର୍ଯ୍ୟସୂଚିରେ ରହିବାରେ ସମ୍ଭାବନା ରହିଛି ।

ନ୍ୟାୟପାଳିକା ସାମ୍ନାରେ ଆସୁଥିବା ଚ୍ୟାଲେଞ୍ଜଗୁଡ଼ିକ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥାଏ । ସୂଚନାଯୋଗ୍ୟ ଯେ, ଏହି ସମ୍ମିଳନୀ ଗତ ୨୦୧୬ ଏପ୍ରିଲ ୨୪ ତାରିଖରେ ହୋଇଥିଲା । ଏହି ସମ୍ମିଳନୀର ଉଦଘାଟନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତର ପ୍ରଧାନ ବିଚାରପତି ଓ କେନ୍ଦ୍ର ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ କରାଯାଇଥାଏ ।