ଆଜି ମମତାଙ୍କ ପ୍ରାର୍ଥିପତ୍ର ଦାଖଲ

କୋଲକାତା,(ଏସ୍ ନ୍ୟୁଜ) : ଆଜି ମମତା ଦାଖଲ କରିବେ ପ୍ରାର୍ଥିପତ୍ର , ୧୧ରେ ଦଳୀୟ ଇସ୍ତାହାର । ଆଜି ନନ୍ଦିଗ୍ରାମରେ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମହାଶିବରାତ୍ରି ଅବସରରେ ସେ ଦଳର ନିର୍ବାଚନ ଇସ୍ତାହାର ଘୋଷଣା କରିବେ ବୋଲି କହିଛନ୍ତି। ମମତା ବାନାର୍ଜୀ ଦିନ ସକାଳେ ସେ ନନ୍ଦିଗ୍ରାମଠାରେ ଶିବ ଆରାଧନା କରିବା ପରେ କୋଲକାତା ଫେରି ଇସ୍ତାହାର ଘୋଷଣା କରିବେ। ଏହା ପୂର୍ବରୁ ଆଜି ସେ ପ୍ରାର୍ଥିପତ୍ର ଦାଖଲ କରିବା ସମ୍ଭାବନା ରହିଛି। ପଶ୍ଚିମବଂଗରେ ଏବେ ନିର୍ବାଚନ ପ୍ରଚାର ଚରମ ସୀମାରେ ପହଂଚିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ନନ୍ଦିଗ୍ରାମରେ ପହଂଚି ପ୍ରଥମେ ଚା ଦୋକାନ ଯାଇଥିଲେ। ସେଠାରେ ଚା କରି ସ୍ଥାନୀୟ ଲୋକଙ୍କୁ ଦେଇଥିଲେ।