କଣ୍ଟ୍ରୋଭର୍ସି କୁଇନଙ୍କୁ ମନୋଜ ତିୱାରୀଙ୍କ ପରାମର୍ଶ

ମୁମ୍ବାଇ : ବିଜେପି ନେତା ମନୋଜ ତିୱାରୀ ପ୍ରାୟ ସମୟରେ ଫିଲ୍ମ କଳାକାରଙ୍କ ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରୁହନ୍ତି । ଅନ୍ୟପକ୍ଷରେ ମନୋଜ ବଲିଉଡ ଅଭିନେତ୍ରୀ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱାତଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେହିପରି କଣ୍ଟ୍ରୋଭର୍ସି କୁଇନ କଙ୍ଗନାଙ୍କୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି ।

ଏକ ସାକ୍ଷାତକାରରେ ଜଣେ ପଚାରିଥିଲେ କି କଙ୍ଗନା ଆପଣଙ୍କୁ କିପରି ଲାଗନ୍ତି । ପରେ ମନୋଜ କହିଥିଲେ ତାଙ୍କ ବିଷୟରେ କହିବା ଠିକ ହେବନି । କାରଣ ଅନ୍ୟମାନଙ୍କୁ ଆଘାତ ଦେଲା ଭଳି ନିଜ ବିଚାର ଗୁଡିକୁ ଏତେ ବି ବିସ୍ଫୋରକ ଭାବେ ରଖିବା ଉଚିତ ନୁହେଁ । ଜଣେ କଳାକାରଙ୍କ ମଧ୍ୟ ନିଜର ଏକ ଧର୍ମ ଅଛି । ଏହାସହ ସେ କଙ୍ଗନାଙ୍କୁ ନେଇ ଆଉଏକ ଟିପ୍ପଣୀ ଦେଇ କହିଛନ୍ତି ଯେ, ସେ କହିବା ବେଳେ ସଞ୍ଜମତା ରଖିବା ଉଚିତ । ଏହା ଆମ ଦେଶର ସଂସ୍କୃତି ନୁହେଁ । ଦେଶର ବଡ ବଡ ପଦବୀରେ ବସିଥିବା କୌଣସି ବି ବ୍ୟକ୍ତିଙ୍କ ଯଦି ବି ଆପଣ ବିରୋଧ କହୁଛନ୍ତି ତେବେ ଭାଷା ପ୍ରତି ସଞ୍ଜମତା ରଖନ୍ତୁ । ଏହା ସହ ସେ କହିଛନ୍ତି ଯେ, କଙ୍ଗନା ବେଳେବେଳେ ନିଜ ଭାଷା ପ୍ରତି ସଞ୍ଜମତା ମଧ୍ୟ ହରାଇ ବସନ୍ତି ।