ନୂଆଦିଲ୍ଲୀ: ମାଂସ ଖାଇ ଠାକୁରଙ୍କୁ ଦର୍ଶନ କରିବା ବିଷୟରେ କୋଉଠି କଟକଣା କରାଯାଇନି । ସ୍ୱୟଂ ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କ ସହିତ ଅନେକ ଲୋକଙ୍କ ଘରେ ମାଂସ ଖାଇଥିବା କଥା ପୁରାଣରେ ବର୍ଣ୍ଣିତ ଅଛି । ମାଂସ ଖାଇ ଠାକୁରଙ୍କୁ ଦର୍ଶନ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜସ୍ୱ ବ୍ୟାପାର । ସେଥିରେ କାହାରି ହସ୍ତକ୍ଷେପ କରିବାର ନାହିଁ । କର୍ଣ୍ଣାଟକ ବିଜେପି ମୁଖ୍ୟ କଟେଲ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ମୌଳିକ ଅଧିକାରରେ ହସ୍ତକ୍ଷେପ କରିବା ଅନୁଚିତ ବୋଲି ଆମ ଜନତା ଦଳର ଆବାହକ ସୀତାରାମ ବେହେରା କହିଛନ୍ତି । ସାକ୍ସୀ ନ୍ୟୁଜକୁ ପ୍ରତିକ୍ରିୟା ଜଣାଇ ସୀତାରାମ କହିଛନ୍ତି, ବିଜେପିର ବହୁ ଆଗଧାଡ଼ିର ନେତା ଗୋମାଂସ ବିନା ଚଳିପାରନ୍ତି ନାହିଁ ।
ପୂର୍ବତନ ଉପ-ରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ମଧ୍ବି ଜେପିର ବହୁ ନେତା ଗୋମାଂସ ଖାଉଥିବା କଥା ମାନିଛନ୍ତି । ବିଜେପିରେ ହାତଗଣତି ଶାକାହାରୀ ନେତା ଅଛନ୍ତି । ବିଜେପିର ବହୁ ନେତା ସକାଳେ ମାଂସ ଖାଇ ସନ୍ଧ୍ୟାରେ ଠାକୁର ଦର୍ଶନ କରୁଛନ୍ତି । ସିଦ୍ଧରମୈୟା ବିଜେପି ନେତାଙ୍କୁ ଅନୁସରଣ କରିଛନ୍ତି ମାତ୍ର । ସେଥିରେ କର୍ଣ୍ଣାଟକ ବିଜେପି ମୁଖିଆ ଏତେ ସମାଲୋଚନା କରିବାର କାରଣ କ’ଣ? ପ୍ରଧାନମନ୍ତ୍ରୀ ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମାଂସ ଖାଇ ମନ୍ଦିର ଯିବା ପାଇଁ ଅଟକାଇବାର ସାହସ କଟେଲଙ୍କର ଅଛି ତ?