ଇମ୍ରାନଙ୍କ ଉପରେ କ୍ଷୁବ୍ଧ ମରିୟମ: ଯଦି ଏତେ ଭଲ ପାଉଛ ଭାରତ ଭାରତ ପଳାଅ

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନକୁ ଟାର୍ଗେଟ କରିଛନ୍ତି ପାକ୍‌ ମୁସଲିମ ଲିଗ ନେତା ମରିୟମ ନୱାଜ ସରିଫ । ମରିୟମ କହିଛନ୍ତି ଯେ, ଆସନ ବଞ୍ଚାଇବା ପାଇଁ ପାଗଳ ହେଉଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କୁ ଆଉ କେହି ନୁହେଁ ତାଙ୍କ ଦଳ ହିଁ ତାଙ୍କୁ ବାହର କରୁଛି । ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ଯେବେଠାରୁ ବିପକ୍ଷ ଦଳ ଇମ୍ରାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ସେବେଠାରୁ ପ୍ରାଧାନମନ୍ତ୍ରୀ ଇମ୍ରାନ ଭାରତ ଓ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିବାରେ ଲାଗିଛନ୍ତି । ପାକିସ୍ତାନବାସୀଙ୍କୁ ଏକ ସମ୍ୱଧନ ସଭାରେ ଇମ୍ରାନ ଭାରତକୁ ଜୋରଦାର ପ୍ରଂଶସା କରିଥିଲେ । ତେବେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ପ୍ରଶଂସା କରିବାରୁ ତାଙ୍କୁ ଟାର୍ଗେଟ କରିଛନ୍ତି ମରିୟମ ।

ମରିୟମ କହିଛନ୍ତି ଯେ, ଯଦି ଆପଣ ଭାରତକୁ ଏତେ ପସନ୍ଦ କରୁଛନ୍ତି ତେବେ ପାକିସ୍ତନ ଛାଡ଼ି ଭାରତକୁ ପଳାନ୍ତୁ । ସେହିପରି ମରିୟମ ଆୁହିର କହିଛନ୍ତି ଯେ, ଯେଉଁମାନେ ଭାରତକୁ ଏତେ ପ୍ରଶଂସା କରୁଛନ୍ତି ସେମାନେ ଜାଣିବା ଦରକାର ଯେ ଭାରତର ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ୨୭ଟି ଅବିଶ୍ୱାସ ପ୍ରସ୍ତାବ ଆସିଥିବା ରେକର୍ଡ ରହିଛି । କିନ୍ତୁ ସମ୍ବିଧାନ, ଗଣତନ୍ତ୍ର ଏବଂ ନୈତିକତା ସହିତ କେହି ଖେଳିନାହାଁନ୍ତି । ସେହିପରି ବାଜପେୟୀ ଗୋଟିଏ ଭୋଟରେ ହାରି ଘରକୁ ଯାଇଥିଲେ । କିନ୍ତୁ ସେମାନେ ତୁମ ପରି ଦେଶ, ସମ୍ବିଧାନ ଏବଂ ରାଷ୍ଟ୍ରକୁ ବନ୍ଧକ କରିନଥିଲେ ବୋଲି ଇମ୍ରାନ ଖାନଙ୍କୁ କଡା ସମାଲୋଚନା କରିଥିଲେ ।