ଚର୍ଚ୍ଚ ଉପରେ ଦୁର୍ବୃତ୍ତଙ୍କ ଗୁଳିମାଡ: ଜଣେ ମୃତ
ଆମେରିକୀୟ ସହର କାର୍ଲିଫୋର୍ଣ୍ଣିଆରେ ଥିବା ଏକ ଚର୍ଚ୍ଚ ଉପରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣଙ୍କର…
ନୂଆଦିଲ୍ଲୀ: ଆମେରିକୀୟ ସହର କାର୍ଲିଫୋର୍ଣ୍ଣିଆରେ ଥିବା ଏକ ଚର୍ଚ୍ଚ ଉପରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କାର୍ଲିଫୋର୍ଣ୍ଣିଆର ପ୍ରୋସିଟେରିୟନ ଚର୍ଚ୍ଚ ଉପରେ ଏହି ଗୁଳିମାଡ ହୋଇଛି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଗୁଳି ଚଳାଇଥିବା ଦୁର୍ବୃତ୍ତକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ପୋଲିସ ସୂଚନା ଅନୁସାରେ ଲଗୁନା ବୁଡସ ସହରରେ ଜେନିଭା ପ୍ରୋସିବଟେରିୟନ ଚର୍ଚ୍ଚରେ ଗୁଳିମାଡ ହେବା ସହ ଭୟରେ ଜୀବନ ବଞ୍ଚାଇବା ପାଇଁ ଲୋକେ ଏଣେତେଣେ ପଳାୟନ କରିଥିଲେ । ସୂଚନା ଅନୁସାରେ ଗୁଳିମାଡ ସମୟରେ ଚର୍ଚ୍ଚରେ ୩୦ ଜଣ ଥିଲେ ବୋଲି ଜଣାପଡିଛି ।