ସୁରକ୍ଷା ପରାମର୍ଶଦାତା ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୈଠକ

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଏକ ବୈଠକ…

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଏକ ବୈଠକ କରିଛନ୍ତି । ଏହି ବୈଠକରେ ଅଜିତ ଡୋଭାଲଙ୍କ ବ୍ୟତୀତ ‘ରୋ’ ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ଜମ୍ମୁ-କଶ୍ମୀରର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ବୈଠକ ହୋଇଥିଲା । ଶ୍ରୀ ଡୋଭାଲଙ୍କ ଏହି ବୈଠକ ଜମ୍ମୁ-କଶ୍ମୀରରେ ବ?ୁଥିବା ଟାର୍ଗେଟ କିଲିଂକୁ ନେଇ ହୋଇଥିଲା । ଶାହ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତିକୁ ସମୀକ୍ଷା କରିବେ । ସୂଚନାଯୋଗ୍ୟ, ଘାଟିରେ ବ?ୁଥିବା ଟାର୍ଗେଟ କିଲିଂ ଘଟଣା ସମ୍ବନ୍ଧରେ ଶାହଙ୍କୁ ଆସନ୍ତାକାଲି ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସୂଚନା ପ୍ରଦାନ କରିବେ । ଏମିତିରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଓ ‘ରୋ’ ମୁଖ୍ୟଙ୍କ ସହ ଶାହଙ୍କ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ।