ବିନା ମେକଅପରେ ର‍୍ୟାମ୍ପକୁ ଓହ୍ଲାଇ ଇତିହାସ ରଚିଲେ ମେଲିସା

ତାଙ୍କର ଏହି ନିଷ୍ପତ୍ତି ଅନ୍ୟ ପ୍ରତିଯୋଗୀଙ୍କ ହୃଦୟ ଜିଣିଛି……

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅଧିକାଂଶ ଝିଅ ବିନା ମେକଅପରେ ଘରୁ ବାହାରିବାକୁ ପସନ୍ଦ କରୁନାହାନ୍ତି । କିନ୍ତୁ ଏଭଳି ସ୍ଥିତିରେ ଜଣେ ଝିଅ ବିନା ମେକଅପରେ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳ ହୋଇଛନ୍ତି । ଲଣ୍ଡନରେ ରହୁଥିବା ୨୦ ବର୍ଷୀୟ ମେଲିସା ରୌଫ ୨୦୨୨ ମିସ ଇଂଲଣ୍ଡ ବ୍ୟୁଟି ପେଜେଣ୍ଟର ସେମିଫାଇନାଲ ରାଉଣ୍ଡରେ ବିନା ମେକଅପରେ ଓହ୍ଲାଇ ଇତିହାସ ରଚିଛନ୍ତି । ତାଙ୍କର ଏହି ନିଷ୍ପତ୍ତି ଅନ୍ୟ ପ୍ରତିଯୋଗୀଙ୍କ ହୃଦୟ ଜିଣିଛି ।

ଆଉ ଏବେ ସେ ଫାଇନାଲ ରାଉଣ୍ଡରେ ମଧ୍ୟ ପ୍ରବେଶ କରିଛନ୍ତି । ମେଲିସା ରୌଫ କହିଛନ୍ତି ଯେ ମୋର ଏହି ପଦକ୍ଷେପ ଦ୍ୱାରା ଯୁବପୀଢୀ ଓ ମହିଳାଙ୍କୁ ମେକଅପ ମୁକ୍ତ କରିବା ପାଇଁ ପୋତ୍ସାହିତ କରାଯାଇ ପାରିବ ।