ଭାରତରେ ରହୁଥିବା ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରାଯାଇଛି: ଆମେରିକା

ଆମେରିକା ଜାରି କରିଥିବା ରିପୋର୍ଟରେ ଭାରତର ଧାର୍ମିକ ସଂଖ୍ୟାଲଘୁଙ୍କ ସ୍ଥିତାବସ୍ଥା ଉପରେ କୌଣସି ମତାମତ…

ୱାଶିଂଟନ: ବର୍ଷ ତମାମ ଭାରତରେ ରହୁଥିବା ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରାଯାଇଛି । ସେମାନଙ୍କୁ ହତ୍ୟା କରାଯିବା ସହ ନିର୍ଯାତନା ଓ ଧମକ ଦିଆଯାଇଛ । ପୂରା ବର୍ଷ ତମାମ ଭାରତରେ ଏପରି କାର୍ଯ୍ୟ ଚାଲିଥିଲା ବୋଲି ଆମେରିକାର ବୈଦେଶିକ ବିଭାଗ ରିପୋର୍ଟରେ ଉଲ୍ଲେଖ କରିଛି । ଏହି ରିପୋର୍ଟରେ ପ୍ରତିଟି ଦେଶର ଘଟଣାଗୁଡ଼ିକୁ ସ୍ୱତନ୍ତ୍ର ଅଧ୍ୟାୟ ମଧ୍ୟରେ ସମସ୍ତଙ୍କୁ ଅବଗତ କରାଯାଇଛି ।

ଆମେରିକା ପକ୍ଷରୁ ଜାରି ହେଉଥିବା ଧାର୍ମିକ ସ୍ୱାଧୀନତା ରିପୋର୍ଟକୁ ଭାରତ ପୂର୍ବରୁ ପ୍ରତ୍ୟାଖ୍ୟାନ କରି ଆସିଛି । ଆମେରିକା ଜାରି କରିଥିବା ରିପୋର୍ଟରେ ଭାରତର ଧାର୍ମିକ ସଂଖ୍ୟାଲଘୁଙ୍କ ସ୍ଥିତାବସ୍ଥା ଉପରେ କୌଣସି ମତାମତ ଦିଆଯାଇନି । ଏହି ରିପୋର୍ଟରେ ବିଭିନ୍ନ ଏନଜିଓ ଓ ସଂଖ୍ୟାଲଘୁ ସଂସ୍ଥାଗୁଡ଼ିକ ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ସମ୍ପର୍କରେ କରିଥିବା ଅଭିଯୋଗ ଗୁଡ଼ିକୁ ସ୍ଥାନ ଦିଆଯାଇଛି ।

ରିପୋର୍ଟରେ ଥିବା ଭାରତ ଅଧ୍ୟାୟରେ କୁହାଯାଇଛି ଯେ ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ହତ୍ୟା, ଆକ୍ରମଣ ଓ ଧମକଚମକ ଭଳି ଘଟଣା ଜାରି ରହିଥିଲା । ପୂରା ବର୍ଷ ତମାମ ଭାରତରେ ଏପରି କାର୍ଯ୍ୟ ଚାଲିଥିଲା ବୋଲି ଆମେରିକାର ବୈଦେଶିକ ବିଭାଗର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି ।