ମୁମ୍ବାଇ: ବଲିଉଡ ଅଭିନେତା ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ପରିବାର ସହ ଇଟାଲୀ ବୁଲିବାକୁ ଯାଇଛନ୍ତି । ତେବେ ଯେବେଠାରୁ ମୀରା ରାଜପୁତ ଇଟାଲୀରେ ପହଞ୍ଚିଛନ୍ତି, ସେବେଠାରୁ ସେ ସୋଶାଲ ମିଡିଆରେ ଫଟୋ ଏବଂ ଭିଡିଓ ପୋଷ୍ଟ କରୁଛନ୍ତି । ସବୁ କିଛି ଠିକ ଥିଲା କେବଳ ଅଭାବ ଥିଲା ନିରାମିଷ ଖାଦ୍ୟର । ଦୁଃଖର ବିଷୟ ଯେ ସେ ଯେବେଠାରୁ ଇଟାଲୀ ପହଞ୍ଚିଛନ୍ତି ସେବେଠାରୁ ତାଙ୍କୁ ଭଲ ନିରାମିଶ ଖାଦ୍ୟ ଖାଇବାକୁ ମିଳିନି । ଏହାକୁ ନେଇ ସେ ରାଗି ଯାଇଛନ୍ତି । ସେ ଲେଖିଛନ୍ତି, ଯଦି ଆପଣ ନିରାମିଶାସି ତେବେ ଇଟାଲୀ ଯାଆନ୍ତୁ ନାହିଁ । ଯେଉଁ ହୋଟେଲରେ ସେ ରହିଥିଲେ ସେହି ହୋଟେଲ ବିଷୟରେ ସେ ଅଭିଯୋଗ ଆଣିଛନ୍ତି । ସେଠାକାର ଖାଦ୍ୟ ଓ ବେଡସିଟକୁ ତାଙ୍କୁ ଭଲ ଲାଗିନଥିବା ସେ ତାଙ୍କ ପୋଷ୍ଟରେ କହିଛନ୍ତି । ଏହା ପ୍ରଥମ ଥର ନୁହେଁ ମୀରା ରାଜପୁର ସୋଶାଲ ମିଡିଆରେ ଯେକୌଣସି ପ୍ରସଙ୍ଗରେ ଖୋଲାଖୋଲି କଥା ରଖନ୍ତି ।