ଆମେରିକୀୟ ଦୂତାବାସ ଉପରେ ମିସାଇଲ ମାଡ

ନୂଆଦିଲ୍ଲୀ : ଇରାକରେ ଥିବା ଆମେରିକୀୟ ଦୂତାବାସ ଉପରେ ମିସାଇଲ ମାଡ ହେବା କାରଣରୁ ଦୂତାବାସର ପରିସରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ ଏରବିଲ ଉପରେ ବାଲାଷ୍ଟିକ ମିସାଇଲ ଆକ୍ରମଣ ଇରାନୀ ପକ୍ଷରୁ କରାଯାଇଛି । ସେହିପରି ଇରାକ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆମେରିକୀୟ ଦୂତାବାସ ଉପରେ ଏହି ମିସାଇଲ ମାଡରେ କେହି ମୃତ୍ୟୁ ହୋଇଥିବା ସୂଚନା ନାହିଁ କିନ୍ତୁ ମିସାଇଲ ମାଡରେ ବହୁ କ୍ଷୟକ୍ଷତି ହୋଇଛି ।

ସେହିପରି ଇରାନର ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ୬ଟି ବାଲାଷ୍ଟିକ ମିସାଇଲ ଇରାକର ଏରବିଲରେ ଆମେରିକା ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ ହୋଇଛି । ସୂଚନାଯୋଗ୍ୟ ଯେ, ରିପୋର୍ଟ ଅନୁସାରେ ଇରାନରେ ଖଶସାବାଦ ବେସରୁ ଏରବିଲ ଆଡକୁ ଲଞ୍ଚ କରାଯାଇଥିଲା । ତେବେ ଆମେରିକୀୟ ସେନା ଏହି ଆକ୍ରମଣ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହିଁ । ତେବେ ଏହି ମିସାଇଲ ଆକ୍ରମଣ ପରେ କୌଣସି ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି ।