୭୬,୩୯୦ କୋଟି ଟଙ୍କାରେ କିଣାଯିବ ଆଧୁନିକ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷାତରେ ଡିଏସିର ବୈଠକ ହୋଇଛି । ଡିଏସି ଦ୍ୱାରା ‘ବାୟ ଇଣ୍ଡିଆନ….
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷାତରେ ଡିଏସିର ବୈଠକ ହୋଇଛି । ଡିଏସି ଦ୍ୱାରା ‘ବାୟ ଇଣ୍ଡିଆନ’, ‘ବାୟ ଆଣ୍ଟ ମେକ ଇଣ୍ଡିଆନ’ ଅଧିନରେ ୭୬,୩୯୦ କୋଟି ଟଙ୍କାର ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ସୂଚନା ଅନୁସାରେ, ଭାରତୀୟ ସେନାର ପାଇଁ ଡିଏସି ରଫ ଟେରେନ ଫୋର୍କ ଲିଫ୍ଟ ଟ୍ରକ, ବ୍ରିଜ ଲାଇଙ୍ଗ ଟ୍ୟାଙ୍କ, ସ୍ୱଦେଶୀ ଟ୍ୟାଙ୍କ ରୋଧୀ ମିଶାଇଲ ଏବଂ ରାଡାର ସହ ଯୁଦ୍ଧ ବାହାନ କିଣିବା ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଛି ।
ସେ କହିଛନ୍ତି, ଏଚଏଏଲ ଦ୍ୱାରା ଡୋର୍ନିୟର ଏୟାରକ୍ରାଫ୍ଟ ଏବଂ ଏସୟୁ୩୦ ଏମକେଆଇ ଏୟରୋ ଇଞ୍ଜିନ ନିର୍ମାଣ ପାଇଁ ସ୍ୱତନ୍ତ୍ର ସ୍ୱଦେଶୀକରଣକୁ ପ୍ରୋତ୍ସାହିତ କରିବା ଉପରେ ଡିଏସି ଧ୍ୟାନ କେନ୍ଦ୍ରିଭୂତ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଅନ୍ୟ ଏକ ବୟାନ ଅନୁସାରେ, ଡିଏସି ସ୍ୱଦେଶୀକରଣଙ୍କୁ ପ୍ରୋତ୍ସାହିତ କରିବା ସହ ଏଚଏଏଲ ଦ୍ୱାରା ଡୋର୍ନିୟର ବିମାନ ଏବଂ ସୁଖୋଇ-୩୦ ଏଲକେଆଇ ଏୟରୋ ଇଞ୍ଜିନର ନିର୍ମାଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି ।