ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ଦ୍ଧାରିତ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରିଛନ୍ତି। ପ୍ରଥମେ ଅଯୋଧ୍ୟାରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀ ସପ୍ତମନ୍ଦିରରେ ଶକ୍ତିପୀଠ ଦର୍ଶନ କରିଥିଲେ । ଏହା ପରେ ଧ୍ଵଜା ଆରୋହଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଧ୍ଵଜା ଆରୋହଣ କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବାନ୍ ପଟେଲ ଏବଂ ଆରଏସଏସ ମୁଖ୍ୟ ମୋହନ ଭଗବତ ଏହି ଉତ୍ସବରେ ମୋଦୀଙ୍କ ସହ ଯୋଗଦେଇଛନ୍ତି।