ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ର ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତୀୟ ଲୋକତନ୍ତ୍ର ନୂଆ ବିଚାରଧାରାକୁ ସ୍ୱୀକାର କରିବାକୁ ପ୍ରେରଣା ଯୋଗାଇବା ସହ ଆମ ଦେଶର ବିକାଶରେ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅଦ୍ଭୁତପୂର୍ବ ଯୋଗଦାନ ରହିଛି । ଏହି ସଂଗ୍ରାହଳୟରେ ଅତୀତ ସହ ଭବିଷ୍ୟତର ଝଲକ ରହିଛି ।
ଏହା ଭାରତର ବିକାଶ ଯାତ୍ରାକୁ ଆଗକୁ ନେବା ପାଇଁ ନୂଆ ଦିଶା ପ୍ରଦାନ କରିବ । ସେହିପରି ଏହି ଦେଶର ସମସ୍ତ ପ୍ରଧାନମନ୍ତ୍ରୀ ଭିନ୍ନ ଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରି ଦେଶକୁ ଆଗକୁ ନେବାରେ ନିଜର ଯୋଗଦାନ ଦେଇଛନ୍ତି । ଦେଶ ବିକାଶ ପଥରେ ଅଗ୍ରସର ହେଉ ବୋଲି ସେମାନେ ସର୍ବଦା ଚେଷ୍ଟା ଜାରି ରଖିଥିଲେ । ସେମାନଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱର ଭିନ୍ନ ଭିନ୍ନ ଅବଦାନ ରହିଛି । ଯୁବପୀଢୀ ତାଙ୍କ ବିଷୟରେ ଜାଣିଲେ ପ୍ରେରିତ ହେବେ ।