ନୂଆଦିଲ୍ଲୀ: ଉଜବେକିସ୍ତାନର ରାଜଧାନୀରେ ସେପ୍ଟେମ୍ବର ୧୬ରେ ହେବାକୁ ଥିବା ଏସସିଓ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ପ୍ରଧାନମନ୍ତ୍ରୀ ସି ଜିନପିଙ୍ଗ ଅଂଶଗ୍ରହଣ କରିବେ । ପାଖାପାଖି ୩୪ ମାସ ପରେ ଏହି ୨ ନେତା ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ସାକ୍ଷାତ ପୂର୍ବରୁ ଲଦାଖରେ ପାଖାପାଖି ୨୮ ମାସ ପର୍ଯ୍ୟନ୍ତ ଚାଲିଥିବା ସୀମା ସମସ୍ୟାକୁ ସମାଧାନ କରିବା ପାଇଁ ଚୀନ କିଛି ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ସହମତି ପ୍ରକାଶ କରିଛି । ସୀମାରେ ଚିନ୍ତାଜନକ ସ୍ଥିତି ମଧ୍ୟରେ ମୋଦୀ ଓ ଜିନପିଙ୍ଗଙ୍କ ଏହି ସାକ୍ଷାତ ବେଶ୍ ଜରୁରୀ ।
ସୂଚନାଯୋଗ୍ୟ, ପୂର୍ବ ଲଦାଖର କିଛି ଅଞ୍ଚଳରେ ଚୀନର ଆକ୍ରମଣାତ୍ମକ ବ୍ୟାରିକେଡ ଓ ଗଲୱାନ ଘାଟି ଭଳି ଘଟଣା ପରେ ଉଭୟ ଦେଶର ସୈନିକ ପାଖାପାଖି ୨୮ ମାସ ପର୍ଯ୍ୟନ୍ତ ମୁହାଁମୁହିଁ ହୋଇଥିଲେ ।