ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ମୋଦୀ

ଏହି ସମୟରେ ମୋଦୀ ଓ ପୁତିନ ଉଭୟ ଦେଶ ମଧ୍ୟରେ ଦୀର୍ଘ ବର୍ଷରୁ ଥିବା ପୁରୁଣା ସମ୍ପର୍କକୁ ବଢାଇବା ପାଇଁ ଆଲୋଚନା କରିଥିଲା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁଟିନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତ । ଏହି ସମୟରେ ଉଭୟ ନେତା ଦ୍ୱିପାକ୍ଷିକ ବ୍ୟାପାର ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନର ବର୍ତ୍ତମାନ ସ୍ଥିତି ଓ କୂଟନୈତିକ ପକ୍ଷରେ ଭାରତର ଦୀର୍ଘ ଦିନରୁ ଚାଲିଥିବା ରୂପରେଖକୁ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବରରେ ପୁଟିନ ଭାରତ ଆସିଥିଲେ । ଏହି ସମୟରେ ମୋଦୀ ଓ ପୁତିନ ଉଭୟ ଦେଶ ମଧ୍ୟରେ ଦୀର୍ଘ ବର୍ଷରୁ ଥିବା ପୁରୁଣା ସମ୍ପର୍କକୁ ବଢାଇବା ପାଇଁ ଆଲୋଚନା କରିଥିଲା । ଏହି ପରିପ୍ରେକ୍ଷୀରେ ଭାରତ ଓ ଋଷ ମଧ୍ୟରେ ଥିବା ସମ୍ପର୍କ ବାସ୍ତବରେ ଅନ୍ତରାଷ୍ଟ୍ରୀୟ ମିତ୍ରତାର ଏକ ଭିନ୍ନ ଓ ବିଶ୍ୱସନୀୟ ମଡେଲ ।