ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନରେ ସ୍ୱଦେଶ ପ୍ରେମ ଭରି ଦେଇଛନ୍ତି ଟ୍ରମ୍ପ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନରେ ସ୍ୱଦେଶ ପ୍ରେମ ପ୍ରବଳ ମାତ୍ରାରେ ଭରି ଯାଇଛି । ଏଭଳି କାମଟିକୁ ଟ୍ରମ୍ପ ବଡ଼ ଚତୁରତାର ସହିତ କରିଛନ୍ତି ।

ଭାରତର ୧୪୦ କୋଟି ଲୋକଙ୍କୁ ଦେଶୀୟ ଜିନିଷ କିଣିବାକୁ ଓ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ । କିନ୍ତୁ ଖୋଦ ପ୍ରଧାନମନ୍ତ୍ରୀ ମୋଦିଜୀ ବିଦେଶୀ ସାମଗ୍ରୀ କିଣୁଛନ୍ତି ଓ ବ୍ୟବହାର କରୁଛନ୍ତି ।

ଆମେରିକା ସରକାର ଭାରତୀୟ ସାମଗ୍ରୀ ଉପରେ ୫୦% ଟିକସ ଲାଗୁ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନରେ ସ୍ୱଦେଶ ପ୍ରୀତି ଜାଗ୍ରତ ହୋଇଛି ।

ଭାରତୀୟ କମ୍ପାନୀରୁ ଉତ୍ପାଦିତ ସାମଗ୍ରୀ କିଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ପିଏମ୍ ମେଗା ଇଂଟିଗ୍ରେଟେଡ୍ ଟେକ୍ସଟାଇଲ ରିଜିୟନ ଆଣ୍ଡ୍ ଆପାରେଲ୍ (ପିଏମ୍ ମିତ୍ର) ପାର୍କ ଶିଳାନ୍ୟାସ ଉତ୍ସବରେ ଯୋଗଦାନ କରି ପ୍ରଧାନମନ୍ତ୍ରୀ ଭାରତୀୟ ବେପାରୀଙ୍କୁ ଭାରତରେ ଉତ୍ପାଦିତ ଜିନିଷ କିଣାବିକା କରିବାକୁ କହିଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେବାକୁ ଯାଇ ମୋଦୀ କହିଛନ୍ତି, ଏବେ ପାର୍ବଣ ଋତୁ ଆରମ୍ଭ ହୋଇଛି । ଆମକୁ ସ୍ୱଦେଶୀ ମନ୍ତ୍ରରେ ଦୀକ୍ଷିତ ହେବାକୁ ପଡ଼ିବ ।

ଦେଶର ୧୪୦ କୋଟି ଲୋକଙ୍କୁ ମୁଁ ବିନମ୍ରତାର ସହିତ ଅନୁରୋଧ କରୁଛି । ଆପଣମାନେ ଯାହା କିଣୁଛନ୍ତି, ଆମ ଦେଶରେ ଗଢ଼ି ଉଠିଥିବା କଳ କାରଖାନାରେ ତିଆରି କରାଯାଉଥିବା ଜିନିଷ କିଣନ୍ତୁ ।