ନୂଆ ସଂସଦ ଭବନରେ ଅଶୋକ ସ୍ତମ୍ଭ ଉନ୍ମୋଚନ କଲେ ମୋଦୀ

ଏହି ପ୍ରତିମା ଏଠାରେ ସ୍ଥାପିତ ହେବା ପୂର୍ବରୁ ୮ଟି ଚରଣ ଦେଇ ଗତି କରିଛି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଛାତରେ ଅଶୋକ ସ୍ତମ୍ଭ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦୀଙ୍କ ସମେତ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ପ୍ରହ୍ଲାଦ ଯୋଶୀ ଉପସ୍ଥିତ ଥିଲେ । କଂସାରେ ପ୍ରସ୍ତୁତ ହୋଇଥିବା ଏହି ଅଶୋକ ସ୍ତମ୍ଭର ଓଜନ ୯୫୦୦ କିଲୋଗ୍ରାମ ଓ ଉଚ୍ଚତା ୬.୫ ମିଟର । ଅଶୋକ ସ୍ତମ୍ଭ ଚାରିପଟେ ୬୫୦୦ କିଲୋଗ୍ରାମର ଷ୍ଟିଲ ପ୍ଲାଟଫର୍ମ ନିର୍ମାଣ କରାଯାଇଛି । ଏହି ପ୍ରତିମା ଏଠାରେ ସ୍ଥାପିତ ହେବା ପୂର୍ବରୁ ୮ଟି ଚରଣ ଦେଇ ଗତି କରିଛି ଯେଉଁଥିରେ ସ୍କେଚିଂ, ନିର୍ମାଣ ଓ ପୋଲିସିଂ ସାମିଲ ରହିଛି । ଏହାର ନିର୍ମାଣ କାର୍ଯ୍ୟ ୨ ହଜାରରୁ ଅଧିକ ଶ୍ରମିକ ତୁଲାଇଛନ୍ତି । ସୂଚନାଯୋଗ୍ୟ ଏହି ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ୨୦୨୨ ଡିସେମ୍ବର ସୁଦ୍ଧା ଶେଷ ହେବ ।