ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମୋଦୀ

ଶ୍ରୀଲଙ୍କା ସଂସଦରେ ରାନିଲ ବିକ୍ରମସିଂଘେଙ୍କୁ ରାଷ୍ଟ୍ରପତି ରୂପେ ଚୟନ କରାଯାଇଥିଲା….

ନୂଆଦିଲ୍ଲୀ: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ ସ୍ଥାପିତ ଲୋକତାନ୍ତ୍ରିକ ସାଧନ ମାଧ୍ୟମରେ ସ୍ଥିରତା ଓ ଆର୍ଥିକ ସୁଧାର ଲାଗି ଶ୍ରୀଲଙ୍କାବାସୀଙ୍କ ସମର୍ଥନ କରିବ । ଭାରତ-ଶ୍ରୀଲଙ୍କା ମଧ୍ୟରେ ଥିବା ସମ୍ପର୍କକୁ ସୁଦୃଢ କରିବା ପାଇଁ ରାଷ୍ଟ୍ରପତି ବିକ୍ରମସିଂଘେ ସହ ମିଶି କାମ କରିବା ଉତ୍ସୁକ ରହିଛି । ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟକୁ ନେଇ ଜୋରଦାର ବିରୋଧ ହୋଇଥିଲା । ପରେ ଶ୍ରୀଲଙ୍କା ସଂସଦରେ ରାନିଲ ବିକ୍ରମସିଂଘେଙ୍କୁ ରାଷ୍ଟ୍ରପତି ରୂପେ ଚୟନ କରାଯାଇଥିଲା ।