ଟ୍ରମ୍ପଙ୍କ କାମରେ ବ୍ରେକ ଲଗାଇ ପାରିଲେନି ମୋଦିଜୀ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଅଭିଭାଷଣ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା ।

ଆପ୍‌କୁ ପରାଜିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଆତ୍ମତୃପ୍ତି ଲାଭ କରିଛନ୍ତି । ପୁରୁଣା ବନ୍ଧୁ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅତିଥି ହୋଇଚନ୍ତି ।

ଚିନ୍ତାର ବିଷୟ ହେଉଛି, ଟ୍ରମ୍ପଙ୍କ ସହିତ ଅନ୍ତରଙ୍ଗ ଆଳାପ କରି ପରମ ସୌଭାଗ୍ୟ ମଣୁଥିବା ପ୍ରଧାନମନ୍ତ୍ରୀ ମୋଦିଜୀ ବେଆଇନ୍‌ ଭାରତୀୟ ଅନୁପ୍ରବେଶକାରୀଙ୍କ ପ୍ରତି ଟ୍ରମ୍ପ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନକୁ ରୋକି ପାରିଲେନି ।

ରାଜକୀୟ ସୁଖ ଆଶା ରଖି ବହୁ ଭାରତୀୟ ଯୁବକ ଦଲାଲଙ୍କ ହାତକୁ ଲକ୍ଷାଧିକ ଟଙ୍କା ଗଣି ଏବେ ଯୁକ୍ତରାଷ୍ଟ୍ର ଆମେରିକାରେ ବେଆଇନ୍‌ ଅନୁପ୍ରବେଶକାରୀ କଳଙ୍କକୁ ମୁଣ୍ଡାଇଛନ୍ତି ।
ପରିଣାମ ସ୍ୱରୂପ ସେମାନଙ୍କ ହାତ ଓ ଗୋଡ଼ରେ ବେଡ଼ି ପକାଇ ସେନା ବିମାନରେ ବସାଇ ଭାରତକୁ ଅଣାଯାଉଛି । ବେଆଇନ ଭାରତୀୟ ଅନୁପ୍ରବେଶକାରୀଙ୍କ ପ୍ରତି ସାମାନ୍ୟ କୋହଳ ଆଭିମୁଖ୍ୟ ପୋଷଣ କରିବା ପାଇଁ ଟ୍ରମ୍ପ ପ୍ରଶାସନକୁ ଅନୁରୋଧ କରିବାର ସତ୍‌ ସାହସ ହରାଇଛନ୍ତି ମୋଦିଜୀ ।