କମୁଛି ମୋଦୀଙ୍କ ଲୋକପ୍ରିୟତା, ଚାଲିଛି ମିଛ ପ୍ରଚାର

ନୂଆଦିଲ୍ଲୀ: କେବଳ ଗଣମାଧ୍ୟମରେ ପ୍ରଚାର କରାଯାଉଛି ଯେ ମୋଦିଜୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ସଂକ୍ଷେପରେ କହିଲେ, ମୋଦିଜୀଙ୍କ ଲୋକପ୍ରିୟତା ପ୍ରଚାର ଓ ପ୍ରସାରରେ ସୀମିତ ।

୨୦୧୯ ତୁଳନାରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କମ୍‌ ଭୋଟ ମିଳିଛି । ଭାରତର ନିର୍ବାଚନ ଆୟୋଗ ସୂଚନା ମୁତାବକ ବିଜେପିକୁ ପୂର୍ବ ମତଦାନ ତୁଳନାରେ ୨ ପ୍ରତିଶତ କମ୍‌ ଭୋଟ ମିଳିଛି ।

୨୦୨୪ରେ ବିଜେପିକୁ ୩୬.୫୬ ପ୍ରତିଶତ ଭୋଟ ମିଳିଛି । ଦେଶରେ ଭୋଟିଂ ହାର ପ୍ରାୟ ୬୫ ପ୍ରତିଶତ ଯାହା ଏକ ଦୁର୍ବଳ ଗଣତନ୍ତ୍ରକୁ ସ୍ୱାଗତ କରିଛି । ଯୋଉ ଦେଶରେ ୯୯ ପ୍ରତିଶତ ଲୋକ ସାକ୍ଷର । ସେହି ଦେଶରେ ୩୫ ପ୍ରତିଶତ ନାଗରିକ ଭୋଟ ଦାନ କଲେନି । ୨୦୧୯ ଭୋଟ ହାର ତୁଳନାରେ ୨୦୨୪ ଭୋଟ ହାର କମିଯିବାର ଅନେକ କାରଣ ଭିତରୁ ମୋଦିଜୀଙ୍କ ଲୋକପ୍ରିୟତା ହ୍ରାସ ଗୋଟିଏ ନିଶ୍ଚିତ ।

ବିଜେପି ଖୁସି ହେବା ପଛରେ ପ୍ରଧାନ କାରଣ ହେଉଛି କଂଗ୍ରେସ ତୁଳନାରେ ଅଧିକ ଭୋଟ ପାଇଛି । ମାତ୍ର ସେଥିପାଇଁ ମୋଦିଜୀଙ୍କ ଲୋକପ୍ରିୟତାକୁ ଦାୟୀ କରିବା ଆଦୌ ଗ୍ରହଣୀୟ ନୁହେଁ । ସାରା ଦେଶରେ ୬୪ ପ୍ରତିଶତ ଲୋକ ବିଜେପିକୁ ଆଦୌ ପସନ୍ଦ କରନ୍ତି ନାହିଁ । ନରେନ୍ଦ୍ର ମୋଦିଜୀ ତିନି ତିନିଥର ପ୍ରଧାନମନ୍ତ୍ରୀ ହେବା ପଛରେ ତାଙ୍କର ଲୋକପ୍ରିୟତା ନୁହେଁ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଲୋକଙ୍କ ଘୃଣାକୁ ଦାୟୀ କରାଯାଉଛି ।