ଆସନ୍ତା ୫ରେ ମୋଦିଙ୍କ କେଦାରନାଥ ଗସ୍ତ

ଡେରାଡୁନ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ନଭେମ୍ବର ୫ରେ କେଦାରନାଥ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମୋଦି କେଦାରନାଥ ମନ୍ଦିରରେ ପୂଜା କରବା ସହ ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବେ । ନଭେମ୍ବର ୫ ତାରିଖରୁ କେଦାରନାଥ ଧାମ କବାଟ ବନ୍ଦ କରାଯିବାକୁ ନିର୍ଦ୍ଧାରିତ କରାଯାଇଛି । ୨୦୧୩ରେ ହୋଇଥିବା ବନ୍ୟାରେ ଏହି ସମାଧି କ୍ଷତିଗ୍ରସ୍ତ ହୋଇଥିଲା । ପରେ ତାକୁ ପୁନଃ ନିର୍ମାଣ କରାଯାଇଛି । ଏହି ପୁନଃନିର୍ମାଣ କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ତଦାରଖ ଓ ନିର୍ଦ୍ଦେଶରେ ହୋଇଛି । ଆଗକୁ ମଧ୍ୟ ସେ ଲଗାତାର ତଦାରଖ କରିବେ ବୋଲି ଜଣାପଡିଛି । କେଦାରନାଥ ଗସ୍ତ ସମୟରେ ହୋଇଥିବା ନିର୍ମାଣ କାର୍ଯ୍ୟ ଓ ଜାରି ଥିବା ବିକାଶ କାର୍ଯ୍ୟ ସମୀକ୍ଷା ଓ ପର୍ଯ୍ୟବେକ୍ଷଣ କରିବେ ମୋଦି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ଏହାସହ ୧୮୦ କୋଟି ଟଙ୍କା ବ୍ୟୟରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବାର କାର୍ଯ୍ୟକ୍ରମ ହୋଇଥିବା ଜଣାପଡିଛି ।