ମାଙ୍କଡଙ୍କୁ ବିଷ ଦେଇ ମାରିବା ଘଟଣା: କାର୍ୟ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କଲେ ରଣଦୀପ ହୁଡ୍ଡା

ମୁମ୍ବାଇ: ମାଙ୍କଡଙ୍କୁ ବିଷ ଦେଇ ହତ୍ୟା କରିବା ଘଟଣାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ବଲିଉଡ ଅଭିନେତା ରଣଦୀପ ହୁଡ୍ଡା । ରଣଦୀପ ହୁଡ୍ଡା ଏକ ଟ୍ୱିଟ କରି କହିଛନ୍ତି ଯେ, ଏହା ଏକ ଘୃଣ୍ୟ କାର୍ୟ୍ୟ । ୬୦ଟି ମାଙ୍କଡଙ୍କୁ ବିଷ ଦେଇ ରାସ୍ତାରେ ଫୋପାଡି ଦିଆଗଲା । ରଣଦୀପ ଏହି ଟ୍ୱିଟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ବେଇଙ୍କୁ ଟ୍ୟାଗ୍‌ କରିବା ସହ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପିଲ କରିଛନ୍ତି । ଏହି ଟ୍ୱିଟରେ ସେ ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟକୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି । ଯେଉଁମାନେ ଏହି ଘୃଣ୍ୟ କାର୍ୟ୍ୟ କରିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ରଣଦୀପ କହିଛନ୍ତି ।