ଆଜି କେରଳ ଛୁଇଁବ ମୌସୂମୀ ବର୍ଷା

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଲୋକେ ଅସହ୍ୟ ଗରମରେ ସନ୍ତୁଳି ହେଉଛନ୍ତି । ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୫ଡିଗ୍ରୀ ଉପରକୁ ଚାଲିଯାଇଛି । ଲୋକେ ଘରୁ ବାହାରିବା ଏକପ୍ରକାର ଅସମ୍ବବ ହୋଇପଡିଛି । ତେବେ ଦେଶରେ ମୌସୂମୀର ଆଗମନ ପରେ ଗ୍ରୀଷ୍ମ ଲହରୀ ସାମାନ୍ୟ କମ୍ ହୋଇପାରେ । ବର୍ତ୍ତମାନ ରାଜସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀରୁ ଉପରେ ରହୁଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ଆଜି ସକାଳ ୫.୩୦ ସୁଦ୍ଧା ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରିଛି । ତେବେ ମୌସୂମୀର ଆଗମନ ସାରା ଦେଶକୁ ଆଶ୍ୱସ୍ତି ଦେଇପାରେ ।