ୟୁପି ଡ୍ରାଫ୍ଟ ଭୋଟର ତାଲିକାରୁ ଅଧିକ ମହିଳା ବାଦ୍‌

ସରକାରୀ ତଥ୍ୟ ଅନୁଯାୟୀ, ସ୍ପେସାଲ୍‌ ଇଂଟେନସିଭ୍‌ …

ଲକ୍ଷେ୍ନø: ସରକାରୀ ତଥ୍ୟ ଅନୁଯାୟୀ, ସ୍ପେସାଲ୍‌ ଇଂଟେନସିଭ୍‌ ରିଭିଜନ୍‌ (ଏସ୍‌ଆଇଆର୍‌) ପ୍ରକ୍ରିୟା ସମୟରେ ଉତର ପ୍ରଦେଶର ଡ୍ରାଫ୍ଟ ଭୋଟର ତାଲିକାରେ ଅଧିକ ମହିଳା ଭୋଟର ବାଦ୍‌ ପଡିଛନ୍ତି। ୧୩.୪ ନିୟୁତ ପୁରୁଷ ଭୋଟର ବାଦ୍‌ ପଡିଥିବା ବେଳେ ୧୫.୫ ନିୟୁତ ମହିଳା ଭୋଟର ବାଦ୍‌ ପଡିଛନ୍ତି। ସାରା ରାଜ୍ୟରେ ବାଦ୍‌ ପଡିଥିବା ଭୋଟରଙ୍କ ସଂଖ୍ୟା ୨୮.୯ ନିୟୁତ ରହିଛି।

ଲିଙ୍ଗ ଅନୁପାତ ୨୦୨୫ ଭୋଟର ତାଲିକାରେ ୮୭୭ ଥିବାବେଳେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ଏହା ୮୨୪କୁ ହ୍ରାସ ପାଇଛି। ଉତର ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନୱା କହିଛନ୍ତି, ଡ୍ରାଫ୍ଟ ଭୋଟର ତାଲିକାରେ ସଂରକ୍ଷିତ ୧୨୫.୫ ନିୟୁତ ଭୋଟରଙ୍କ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୫୬.୭ ନିୟୁତ ରହିଛି। ସେହିପରି ପୁରୁଷ ଭୋଟରଙ୍କ ସଂଖ୍ୟା ୬୮.୯ ନିୟୁତ ରହିଛି। ବହୁ ସଂଖ୍ୟକ ମହିଳା ଭୋଟରଙ୍କ ନାମ ବାଦ୍‌ ଦିଆଯିବା ବିଷୟରେ ପଚରା ଯିବାରୁ, ସିଇଓ ଏହାକୁ ଡୁପ୍ଲିକେସନ୍‌ ବୋଲି କହିଛନ୍ତି।

ପୂର୍ବରୁ, ସେମାନଙ୍କ ନାମ ସେମାନଙ୍କ ଜନ୍ମସ୍ଥାନ ପିତାଙ୍କ ଠିକଣାରେ ଥିଲା। ପରେ ଶ୍ୱଶୁର ଘରର ସ୍ୱାମୀଙ୍କ ଠିକଣାରେ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଥିବା ସେ କହିଛନ୍ତି। ୨୦୨୫ ଭୋଟର ତାଲିକାରେ, ୨୫ ବର୍ଷରୁ ଅଧିକ ବୟସ୍କ ୭.୧୨ ନିୟୁତ ମହିଳା ଭୋଟର ସେମାନଙ୍କ ପିତାଙ୍କ ଠିକଣା ଉଲ୍ଲେଖ କରିଥିଲେ ଓ ସେମାନେ ନିର୍ବାଚନ କମିସନଙ୍କ ଯାଂଚ ଅଧୀନରେ ଥିବା ସିଇଓ କହିଛନ୍ତି। ଏସ୍‌ଆଇଆର୍‌ ପ୍ରକ୍ରିୟାରେ ୪.୨୧ ନିୟୁତ ଏଭଳି ମହିଳା ଭୋଟରଙ୍କ ନାମ ବାଦ୍‌ ଦିଆଯାଇ ଥିବାବେଳେ ୨.୯୪ ନିୟୁତ ଏପରି ମହିଳା ଭୋଟରଙ୍କ ନାମ ବଜାୟ ରଖାଯାଇଛି। ସିଇଓ କହିଛନ୍ତି, ୨୦୨୫ ଭୋଟର ତାଲିକାରେ ରାଜ୍ୟର ସହରାଂଚଳରେ ୪.୧୬ କୋଟି (୪୧.୬ ନିୟୁତ) ଭୋଟର ଥିଲେ ଏବଂ ଗଣନା ପର୍ଯ୍ୟାୟ ପରେ ଏହି ସଂଖ୍ୟା ୨.୯୯ କୋଟି (୨୯.୯ ନିୟୁତ)କୁ ହ୍ରାସ ପାଇଛି। ସହରାଂଚଳରେ ୧.୧୭ କୋଟି ଅର୍ଥାତ୍‌ ୧୧.୭ ନିୟୁତ ଭୋଟର (୨୮%)ଙ୍କ ନାମ ବାଦ ଦିଆଯାଇଛି। ସିଇଓ କହିଛନ୍ତି, ୧୨.୭ ନିୟୁତ (୧୫.୨୩%) ନାମ ବାଦ ଦିଆଯିବା ପରେ ଗ୍ରାମାଂଚଳ ଭୋଟରଙ୍କ ସଂଖ୍ୟା ୨୦୨୫ ଭୋଟର ତାଲିକାରେ ୧୧୨.୮ ନିୟୁତରୁ ୯୫.୬ ନିୟୁତକୁ ହ୍ରାସ ପାଇଛି। ସେଥିମଧ୍ୟରେ ଲକ୍ଷେ୍ନøରେ ୩୦%, ଗାଜିଆବାଦରେ ୨୮.୮%, ବଳରାମପୁରରେ ୨୬%, କାନପୁର ନଗରରେ ୨୫.୫% ଏବଂ ମିରଟ ଜିଲ୍ଲାରେ ୨୪.୭% ଭୋଟର ବାଦ୍‌ ପଡିଛନ୍ତି। ଲଲିତପୁରରେ ୧୦% ଭୋଟର, ହମିରପୁରରେ ୧୦.୯%, ମହୋବାରେ ୧୨.୪%, ବୃନ୍ଦାରେ ୧୩% ଓ ଜ୍ୟୋତିବା ଫୁଲେ ନଗରରେ ୧୩.୨% ଭୋଟରଙ୍କୁ ବାଦ୍‌ ଦିଆଯାଇଛି।

ନିର୍ବାଚନ କମିସନ ୧୨୫.୫ ନିୟୁତ ଭୋଟରଙ୍କ ମଧ୍ୟରୁ ୩୨.୬ ନିୟୁତ ଭୋଟରଙ୍କୁ ନୋଟିସ୍‌ ପଠାଇଛନ୍ତି। ସେମାନଙ୍କ ନାମ ଡ୍ରାଫ୍ଟ ତାଲିକାରେ ରଖାଯାଇଛି। ନୋଟିସ୍‌ ଜାରି ହୋଇଥିବା ଲୋକଙ୍କ ମଧ୍ୟରେ ୧୦.୪ ନିୟୁତ ଭୋଟର ଅଛନ୍ତି ଯାହାଙ୍କ ନାମ ୨୦୦୩ ଭୋଟର ତାଲିକାରେ ମିଳି ନଥିଲା ଏବଂ ୨୨.୨ ନିୟୁତ ଭୋଟର ଅଛନ୍ତି ଯାହାଙ୍କ ଗଣନା ଫର୍ମରେ ଇସିଆଇଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ବିଭିନ୍ନ ଅସଙ୍ଗତି ରହିଛି। ସେସବୁରେ ନାମ, ଠିକଣା କିମ୍ବା ପିତା/ମାତାଙ୍କ ନାମରେ କିଛି ଭୁଲ୍‌ ରହିଛି। ନିର୍ବାଚନ କମିସନ ଜାନୁଆରି ୧୪ ତାରିଖରୁ ନୋଟିସ୍‌ ପଠାଇବା ଆରମ୍ଭ କରିଛନ୍ତି ଏବଂ ଜାନୁଆରି ୨୧ ତାରିଖରୁ ଶୁଣାଣି ଆରମ୍ଭ ହେବ।

ନିର୍ବାଚନ କମିସନ ଶୁଣାଣି ପାଇଁ ୪୯୩ ଜଣ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଏବଂ ୮୭୫୧ ଜଣ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ଏସ୍‌ଆଇଆର୍‌ ପ୍ରକ୍ରିୟାର ଦାବି ଏବଂ ଆପତି ପର୍ଯ୍ୟାୟରେ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ଯୋଗ୍ୟ ଭୋଟରଙ୍କ ଯୋଡିବା ଜାରି ରହିଛି। ଭୋଟର ତାଲିକାରେ ନାମ ଯୋଡିବା ପାଇଁ ଇସିଆଇ ପୂର୍ବରୁ ୨.୦୭ ନିୟୁତ) ଫର୍ମ -୬ ପାଇସାରିଛନ୍ତି। ନୂତନ ଭୋଟରଙ୍କ ଯୋଡି ହେବା ସହିତ, ଲିଙ୍ଗ ଅନୁପାତରେ ବୃଦ୍ଧି ହେବାର ସମ୍ଭାବନା ଅଛି ବୋଲି ସିଇଓ କହିଛନ୍ତି।