ମସଜିଦରେ ବୋମା ବିସ୍ଫୋରଣ: ୧୦ ମୃତ

ଆଫଗାନିସ୍ତାନ ମସଜିଦରେ ପୁଣିଥରେ ବୋମା ବିସ୍ଫୋରଣ

ନୂଆଦିଲ୍ଲୀ: ଆଫଗାନିସ୍ତାନ ମସଜିଦରେ ପୁଣିଥରେ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୦ଜଣଙ୍କ ମୃତ୍ୟୁ ହେବା ସହ ୭୦ ଜଣ ଗୁରୁତର ଆହତ ହୋଇଛନ୍ତି ।ଏନେଇ ଆଫଗାନୀ ଗଣମାଧ୍ୟମ ସୂଚନା ଦେଇଛନ୍ତି । ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ସେହିପରି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ମଧ୍ୟ ଆଫଗାନିସ୍ତାନର ଏକ ସ୍କୁଲରେ ବିସ୍ଫୋରଣ ହୋଇଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ । ଆଫଗାନ ସିଆ ସମ୍ପ୍ରଦାୟର ଏକ ପୁରୁଣ ଅଧିବାସୀଙ୍କୁ ଟାର୍ଗେଟ୍‌ କରି ଏହି ଆକ୍ରମଣ କରାଯାଇଥିଲା ବୋଲି ମିଡିଆରେ ଖବର ପ୍ରକାଶ ପାଇଥିଲା ।

ଏକ ରିପୋର୍ଟ ଅନୁସାରେ ଗୁରୁବାର ୩ ସ୍ଥାନରେ ବିସ୍ଫୋରଣ ହୋଇଛି । ସେଥିମଧ୍ୟରୁ ଗୋଟିଏ କାବୁଲ୍‌ରେ ହୋଇଥିବା ବେଳେ ଅନ୍ୟଟି ବଲଖା ଅଞ୍ଚଳର ମଜାର୍‌-ଏ ଶରିଫ ଏବଂ ତୃତୀୟଟି କୁନ୍ଦୁଜ ଅଞ୍ଚଳର କୁନ୍ଦୁଜ ସହରରେ ହୋଇଛି । ସେହିପରି ବଲ୍କର ମଜାର ଏ ସରିଫର ଶେଖ ଦୋକାନରେ ଥିବା ଏକ ମସଜିଦରେ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା ଯାହା କିଛି ଜନସାଧାରଣଙ୍କ ମୃତ୍ୟୁ ହେବା ସହ ଅନେକ ଗୁରୁତର ଆହତ ହୋଇଛନ୍ତି ।