ନୂଆଦିଲ୍ଲୀ : ଗତ ୮ ବର୍ଷ ମଧ୍ୟରେ କାମ କରିବାକୁ ବିଦେଶ ଯାଇଥିବା ପ୍ରାୟ ୪୦୦୦ରୁ ଅଧିକ ଲୋକେ ଆତ୍ମହତ୍ୟା କରିଛନ୍ତି । ତେବେ ଉପସାଗରୀୟ ଦେଶ ଗୁଡିକୁ ରୋଜଗାର ପାଇଁ ଯାଉଥିବା ଭାରତୀୟ ଆତ୍ମହତ୍ୟା କରିଥାନ୍ତି । ବିଦେଶ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ, ୟୁଏଇରେ ଆତ୍ମହତ୍ୟା ମାମଲା ସର୍ବାଧିକ । ୟୁଏଇରେ ମୋଟ ୧୧୨୨ ଜଣ ଭାରତୀୟ ଆତ୍ମହତ୍ୟା କରିଥିବା ବେଳେ ସାଉଦି ଆରବରେ ୧୦୨୪, କୁଏତ୍ ୪୨୫, ଓମାନ ୩୫୧, ମାଲେସିଆ ୨୫୪, ବାହାରିନ ୧୮୦, କତର ୧୬୫ ଏବଂ ସିଙ୍ଗାପୁରରେ ୧୫୯ ଜଣ ଭାରତୀୟ ଆତ୍ମହତ୍ୟା କରିଛନ୍ତି ।
ଏହି ଆତ୍ମହତ୍ୟାର ଅଧିକାଂଶ ଘଟଣା ପଛରେ ବ୍ୟକ୍ତିଗତ ଏବଂ ପାରିବାରିକ କାରଣ ରହିଛି । ସେହିପରି ମନ୍ତ୍ରଣାଳୟର ବାଦି ବିଦେଶରେ କାମ କରୁଥିବା ଭାରତୀୟଙ୍କ ଅଭିଯୋଗକୁ ପ୍ରାଥମିକତା ଦିଆଯାଉଛି । ସେମାନଙ୍କ ଅସୁବିଧାକୁ ଦୂର କରିବା ପାଇଁ ସବୁ ସମ୍ଭବ ପ୍ରୟାସ କରାଯାଉଛି । ଲୋକସଭାରେ ବିଦେଶ ରାଷ୍ଟ୍ର ମନ୍ତ୍ରୀ ଭି.ମୁରଲୀଧରଣ କହିଛନ୍ତି ଯେ, ବିଦେଶ ମନ୍ତ୍ରଣାଳୟ ଏବଂ ସରକାରଙ୍କ ମିଶନ ପୋଷ୍ଟରେ ଭାରତୀୟ ନାଗରିକଙ୍କ କଲ୍ୟାଣକୁ ପ୍ରାଥମିକତା ଦିଆଯାଉଛି ।