ମା ହେଲେ ପ୍ରୀତି ଜିଣ୍ଟା

ନୂଆଦିଲ୍ଳୀ : ବଲିଉଡ ଅଭିନେତ୍ରୀ ତଥା ଆଇପିଏଲର ପଞ୍ଜାବ ଟିମର ମାଲିକାଣୀ ପ୍ରୀତି ଜିଣ୍ଟା ମା ହୋଇଛନ୍ତି । ୪୬ବର୍ଷ ବୟସରେ ଯାଆଁଳା ଶିଶୁଙ୍କ ମା’ ହୋଇଛନ୍ତି । ଏନେଇ ସେ ନିଜ ସ୍ୱାମୀଙ୍କ ସହ ଇନଷ୍ଟାରେ ଫଟୋ ସେୟାର କରି ଏହି ଗୁଡ ନ୍ୟୁଜ ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ଆଜି ଆପଣ ସମସ୍ତଙ୍କ ସହ ମୋର ଏକ ଖୁସି ଖବର ସେୟାର କରିବାକୁ ଚାହୁଁଛି । ଆମେ ଆମର ନିଜର ଯମଜ ସନ୍ତାନ ଜୟ ଜିଣ୍ଟା ଗୁଡଇନଫ୍‌ ଏବଂ ଜିୟା ଜିଣ୍ଟା ଗୁଡଇନଫଙ୍କୁ ସ୍ୱାଗତ କରୁଛୁ । ଏନେଇ ଡାକ୍ତର, ନର୍ସ ଏବଂ ଆମ ସରୋଗେଟଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିବା କହିଛନ୍ତି ।