‘ମୋଗଲ ଗାର୍ଡେନ’ର ନୂଆ ନାମ ‘ଅମୃତ ଉଦ୍ୟାନ’

ନୂତନ ନାମଟି ସୁବର୍ଣ୍ଣ ଯୁଗର ଅମୃତକାଳକୁ ସ୍ମରଣୀୟ କରିବ….

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ପରିସରସ୍ଥିତ ବିରାଟ ପୁଷ୍ପ ବାଟିକା ‘ମୋଗଲ ଗାର୍ଡେନ’ର ନାମ ବଦଳିଛି । ଉକ୍ତ ଗାର୍ଡେନର ନୂଆ ନାମ ‘ଅମୃତ ଉଦ୍ୟାନ’ ରଖାଯାଇଛି । ନୂତନ ନାମକରଣ ବେଳାକୁ ମୋଦୀ ସରକାରଙ୍କ ଐତିହାସିକ ନିଷ୍ପତି କହି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି ଯେ ‘ମୋଗଲ ଗାର୍ଡେନ’ ନାମଟି କ୍ରୀତଦାସ ମାନସିକତାକୁ ବୁଝାଉଥିଲା । ନୂତନ ନାମଟି ସୁବର୍ଣ୍ଣ ଯୁଗର ଅମୃତକାଳକୁ ସ୍ମରଣୀୟ କରିବ ।

ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନର ଅଂଶ ବିଶେଷ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ନୂତନ ନାମକରଣ କରିଛନ୍ତି । ରାଷ୍ଟ୍ରପତିଙ୍କ ଉପ-ପ୍ରେସ ସଚିବ ନବିକା ଗୁପ୍ତା କହିଛନ୍ତି, ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ ‘ମୋଗଲ ଗାର୍ଡେନ’ଟି ‘ଅମୃତ ଉଦ୍ୟାନ’ ଭାବେ ପରିଚୟ ବହନ କରିବ ।

ତା’ ସହିତ ଅମୃତ ଉଦ୍ୟାନଟି ଜାନୁଆରୀ ୩୧ ତାରିଖରୁ ଦୁଇମାସ ପାଇଁ ଅର୍ଥାତ୍‌ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ତା’ ସହିତ ବିଶେଷ ଦିନଗୁଡ଼ିକରେ କେବଳ ଦିବ୍ୟାଙ୍ଗ, କୃଷକ ଓ ମହିଳାଙ୍କ ପାଇଁ ଅମୃତ ଉଦ୍ୟାନ ଖୋଲା ରହିବ ।