ତିରୁମାଳା ତିରୁପତି ଦେବସ୍ଥାନମକୁ ଦେଢ କୋଟି ଟଙ୍କା ଦାନ କଲେ ମୁକେଶ
ତିରୁମାଳାର ରଙ୍ଗନୟାକୁଲା ମଣ୍ଡପରେ ଦେଢ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ(ଡିଡି) ପ୍ରଦାନ କରିଛନ୍ତି……
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ତଥା ପରଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଆନ୍ଧ୍ରପ୍ରଦେଶରେ ଥିବା ପ୍ରସିଦ୍ଧ ମନ୍ଦିର ତିରୁମାଳା ଭେଙ୍କଟେଶ୍ୱରର ଟ୍ରଷ୍ଟ୍ ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି)କୁ ଦେଢ କୋଟି ଟଙ୍କା ଦାନ କରିଛନ୍ତି । ଅମ୍ବାନୀ ଟିଟିଡିର କାର୍ଯ୍ୟନିର୍ବାହୀ ଅଧିକାରୀ ଏଭି ଧର୍ମା ରେଡ୍ଡିଙ୍କୁ ତିରୁମାଳାର ରଙ୍ଗନୟାକୁଲା ମଣ୍ଡପରେ ଦେଢ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ(ଡିଡି) ପ୍ରଦାନ କରିଛନ୍ତି ।