ବିଶ୍ୱର ଟପ୍‌ ଟେନ୍‌ଙ୍କ ଭିତରେ ଏକମାତ୍ର ଭାରତୀୟ ମୁକେଶ

ତୃତୀୟ ଥର ପାଇଁ ଅମ୍ବାନୀ ବିଶ୍ୱର ଟପ୍‌ ଟେନ୍‌ ଧନୀଙ୍କ ଭିତରେ ସ୍ଥାନ ପାଇଛନ୍ତି….

ନୂଆଦିଲ୍ଲୀ: ବିଶ୍ୱ ବ୍ୟବସାୟ ଜଗତରେ ସର୍ବଶ୍ରେଷ୍ଠ ୧୦ ଜଣଙ୍କ ଭିତରେ ଏକମାତ୍ର ଭାରତୀୟ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଅଛନ୍ତି । ବୁଧବାର ପ୍ରକାଶ ପାଇଛି ଏମ୍‌୩ଏମ୍‌ ହୁରୁନ ଗ୍ଲୋବାଲ ରିଚ୍‌ ଲିଷ୍ଟ ୨୦୨୩ । ତାଲିକାର ୨୩ ନମ୍ବରରେ ରହିଛନ୍ତି ଭାରତୀୟ ବ୍ୟବସାୟୀ ଗୌତମ ଅଦାନୀ ।

ଅଦାନୀଙ୍କ ନିକଟରେ ଗଚ୍ଛିତ ସଂପତିର ମୂଲ୍ୟ ପ୍ରାୟ ୫୩୦୦ କୋଟି ଡଲାର । ମୁକେଶ ଅମ୍ବାନୀଙ୍କ ନିକଟରେ ଗଚ୍ଛିତ ସଂପତିର ମୂଲ୍ୟ ପ୍ରାୟ ୮୨୦୦ ଡଲାର । ତୃତୀୟ ଥର ପାଇଁ ଅମ୍ବାନୀ ବିଶ୍ୱର ଟପ୍‌ ଟେନ୍‌ ଧନୀଙ୍କ ଭିତରେ ସ୍ଥାନ ପାଇଛନ୍ତି ।

ଜାନୁଆରୀ ୨୪ ତାରିଖରେ ଆମେରିକାର ହିଣ୍ଡନବର୍ଗ ଗୌତମ ଅଦାନୀଙ୍କର ଗୋଚ୍ଛି କାଟି ଦେଇଥିଲା । ଅଦାନୀଙ୍କ ମୁଣ୍ଡରେ ମନି ଲଣ୍ଡରିଂ ଅଭିଯୋଗ ବୋଳିବା କାରଣରୁ ଅଦାନୀ କମ୍ପାନୀର ଶେୟର ମୂଲ୍ୟ ଭୟଙ୍କର ଭାବେ କମିବାକୁ ଲାଗିଲା । ପୁଞ୍ଜିନିବେଶକମାନେ ତ୍ରାହି ତ୍ରାହି ଡାକ ଛାଡ଼ିଲେ ।

ଅପବାଦରୁ ମୁକୁଳିବା ପାଇଁ ଅଦାନୀ କିଛି ନିବେଶକଙ୍କୁ ଟଙ୍କା ଫେରାଇ ଦେଲେ । ଏମିତି ସମୟ ଆସିଲା ଯେ ଲୋକପ୍ରିୟ ଅଦାନୀ ଏଂଟରପ୍ରାଇଜେସ ଶେୟର ମୂଲ୍ୟ ଏକହଜାର ଟଙ୍କାକୁ ଖସିଗଲା । ଏବେ ଉକ୍ତ ଶେୟାର ମୂଲ୍ୟ ୧୮୦୦ ଟଙ୍କା ରହିଛି ।